March 11, 2026

ଓଡ଼ିଶା ରାଜସ୍ବ ଅମଲା ସଂଘର ସମ୍ବଲପୁର ସଙ୍ଘ ର କାର୍ଯ୍ୟକାରୀଣି ବୈଠକ

IMG-20250803-WA0012
Share

୧୧ ଅଗଷ୍ଟ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଓ ସମୂହ ଛୁଟି ଆନ୍ଦୋଳୋନ ପାଇଁ ନିଷ୍ପତ୍ତି

 

ସମ୍ବଲପୁର, ୦୩. ୦୮.(ରାଜାରାମ ଷଡ଼ଙ୍ଗୀ): ଓଡ଼ିଶା ରାଜସ୍ବ ଅମଲା ସଂଘର ଗୁରୁତ୍ବପୂର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ର ନିଷ୍ପତି ଅନୁସାରେ ରବିବାର ସମ୍ବଲପୁର ଜିଲ୍ଲା ୟୁନିଟ ର ଏକ କାର୍ଯ୍ୟକାରୀଣି କମିଟିର ବୈଠକ ସମ୍ବଲପୁର ଜିଲ୍ଲାପାଳଙ୍କ ସଭାକକ୍ଷ ରେ ଅନୁଷ୍ଠିତ ହୋଇଥିଲା।

 

ଏଥିରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜ ଅମଲାମାନଙ୍କର ୧୦ ବଫା ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କର ଆହେତୁକ ବିଳମ୍ବ ଦେତୁ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ର ଡିଷ୍ପତ୍ତି ଅନୁସାରେ ରାଜ୍ୟ ର ସମସ୍ତ ୩୦ ଗୋଟି ଜିଲ୍ଲା ରେ ଆଜି ଗୁରୁତ୍ବ ପୂର୍ଣ ସାଧାରଣ ପରିଷଦ ବୈଠକ କରାଯାଇଛି ଏବଂ ସରକାରଙ୍କ ପାଖରେ ଏହି ଦାବିଗୁଡିକୁ ପହ‌ଞ୍ଚାଇବା ସକାଶେ ନିଷ୍ପତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ, ଆଜି ଓଡ଼ିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା, ସମ୍ବଲପୁର ସଭାପତି ମନମୋହନ ସାହୁ ନେତୃତ୍ବରେ ଦଶଦଫା ଦାବି ସମ୍ବଳିତ ଦାବି ଉପରେ ଆଜିର ଏହି ସାଧାରଣ ପରିଷଦ ବୈଠକ ରେ ଆଲୋଚନା କରଯାଇଥିଲା ।

 

ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ବୀର୍ଘଦିନର ଦାବି ପୂରଣ କରିବା ପ୍ରତି ରାଜ୍ୟ ସରକାରଙ୍କ ବୈମାତ୍ମକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଜିଲ୍ଲା ସ୍ତରରେ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

 

ଦାବି ଗୁଡିକ ମଧ୍ୟ ରେ ମୁଖ୍ୟତଃ ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓଆରଏସପି -୨୦୧୭ ନିୟମ ଅନୁଯାଇ ଲେବେଲ- ୯ କୁ ବୃଦ୍ଧି କରାଯାଉ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା ୮୮୯୮ ତାରିଖ – ୧୫-୦୩-୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ କୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାର । ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବୀମା ଲାଗୁ କରାଯାଉ । ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୂନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ମଶିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିଭିରେ ନିଯୁକ୍ତି ପ୍ରଦାନ କରାବା ଭଳି ମାନବିକତା ପୂର୍ଣ୍ଣ ଦାବି ରହିଛି। ଓଡ଼ିଶା ରାଜ ସେବା ପଦ୍ଧତି ସମ୍ବନ୍ଧରେ ସଦ୍ୟ ପ୍ରକାଶିତ ଆମେନ୍ଦମେଣ୍ଟ ରୁ୍ଲ -୨୦୨୫ କୁ ରଦ୍ଧ କରା ଯାଇ ରାଜ ଅମଲା ମାନଙ୍କୁ ସତ ପ୍ରତିଶତ ପଦୋନ୍ନତି

ଦିଆଯାଉ । ନୂତନ ପେନସନ ଯୋଜନା କୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରିବା ଭଳି ଦାବି ମଧ୍ୟ୍ୟ ରହିଛି।

 

ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି। କିନ୍ତୁ ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ବର୍ଗମାନ ଯାଏଁ ଫଳ ଶୂନ୍ୟ ହୋଇଅଛି । ଏହି ପରିପେକ୍ଷୀରେ, ରାଜ୍ୟ ସରକାର ଆଗାମୀ ୧୦ ଅଗଷ୍ଟ ୨୦୨୫ ତାରିଖ ମଧ୍ୟରେ ଉପୋରକ୍ତ ଦାବି ଗୁଡିକ ପୂରଣ ନ କରନ୍ତି ତାହେଲେ, ରାଜ୍ୟ ସଂଘ ର କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ନିଷ୍ପତି ଅନୁସାରେ ଅଗଷ୍ଟ ୧୧ ତାରିଖ ଠାରୁ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଭାପତି ମନମୋହନ ସାହୁ ଓ ସମ୍ପାଦକ କୃଷ୍ଣ ଚନ୍ଦ୍ର ପରିଚା ବୈଠକରେ ଘୋଷଣା କରିଥିଲେ । ଆୟୋଜିତ ବୈଠକରେ ଅନ୍ୟ ମାନଙ୍କ ମାଧ୍ୟ୍ୟରେ ମୁଖ୍ୟ ଉପଦେଷ୍ଟା ମାନସ ରଞ୍ଜନ ମହାନ୍ତି, ଉପଦେଷ୍ଟା ଆଶିଷ କୁମାର ରାୟ, ମନୋଜ କୁମାର ପାଢ଼ୀ, ଗୁଣନିଧି ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାନେତ୍ରୀ କଳ୍ପନା ସ୍ୱାଇଁ, ଇପ୍ସିତ ଶତପଥୀ,ରାକେଶ ସାମଲ ପ୍ରମୁଖ ଆଲୋଚନା କରି ଆନ୍ଦୋଳନ ପାଇଁ ନିଜ ନିଜ ଯୁକ୍ତି ଉପସ୍ଥାପନା କରି ସମସ୍ତେ ସଂଗଠକ ହେବାକୁ କହିଥିଲେ।

 

 

ଏହି ଅବସରରେ ଶ୍ରୀ କୃଷ୍ଣ ମୋହନ ପାଲ, ଅନିଲ କୁମାର ପ୍ରଧାନ, ପ୍ରଶାନ୍ତ ପାଣ୍ଡେ, ମାନସ ରଞ୍ଜନ ମହାର, ସନ୍ଦୀପ ପ୍ରଧାନ, ମନୋଜ ପାଢ଼ୀ, ସୁବୀସ୍ତ ବେହେରା, କ୍ଷୀରୋଦ କରାଲ, ପ୍ରେମାନନ୍ଦ କରାଳି, ଶରତ ପ୍ରଧାନ ପ୍ରମୁଖ ସମସ୍ତ ସମ୍ବଲପୁର ଜିଲ୍ଲା ର ରାଜକ୍ସ ଅମଲା ସଂଘର ସଦସ୍ୟ ଏବଂ ସଦସ୍ୟା ମାନେ ଉପସ୍ଥିତ ଥିଲେ।