November 15, 2024

ଲୁଣରେ ରଙ୍ଗଦେଇ ପଟାସ ସାର ନାମରେ ବିକ୍ରି ଅଭିଯୋଗ

Share

କାଶୀନଗର, ଲୁଣରେ ରଙ୍ଗଦେଇ ପଟାସ ସାର ନାମରେ ବିକ୍ରି ଅଭିଯୋଗ ଆଣିଲେ ଖାଣ୍ଡଭା ପଞ୍ଚାୟତ ବାସି.

ନକଲି ସସ୍ ବିକ୍ରି କରିବା ପରେ ଏବେ ଗଜପତି ଜିଲ୍ଲା କାଶୀନଗର ବ୍ଳକ ଅନ୍ତର୍ଗତ ସାରା ଗ୍ରାମରେ ଧରାପଡିଲା ନକଲି ପଟାସ ସାର ଯେଉଁ ସାରରେ ଲୁଣରେ ରଙ୍ଗ ବୋଳି ତାକୁ ପଟାସ ସାର କହି ବଜାର ଦର ଠାରୁ 100 ଟଙ୍କା କମ ରେ ବିକ୍ରି କରୁଥିବା ସୂଚନା ମିଳିଛି.

ଆମେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନକଲି ସାମଗ୍ରୀ ଭେଜାଲ କରି ବିକ୍ରି କରିବା ଦେଖୁ ମାତ୍ର ବର୍ତମାନ ଚାଷୀ ପାଇଁ ଯେଉଁ ମୁଖ୍ୟ ଉପାଦାନ ସାର ତାକୁ ଵି ନକଲି କରି ସେମାନେ ବଜାରକୁ ଛାଡି ଅସାଧୁ ଉପାୟରେ ଅଧିକା ଉପାର୍ଜନ କରିବାକୁ ପଛାଉ ନାହାନ୍ତି ।

ଲୁଣରେ ରଙ୍ଗ ମିଶାଇ ପଟାସ ସାର କହି ଚାଷୀଙ୍କୁ ଠକୁଛନ୍ତି ଠକ ବ୍ୟବସାୟୀ। ଏହି ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଘଟଣା ସ୍ଥଳରେ କାଶୀନଗର ତହସିଲଦାର ଅଶୋକ କୁମାର ପ୍ରଧାନ, କାଶୀ ନଗର ପୋଲିସ ଏ ଏସ ଆଇ ପାଢ଼ୀ ବାବୁ ଓ ସହକାରୀ କୃଷି ଅଧିକାରୀ ସନ୍ଦୀପ କୁମାର ପାଣି ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି। ସେହି ଭେଜାଲ ସାରକୁ କୃଷି ବିଭାଗ ସହକାରୀ କୃଷି ଅଧିକାରୀ ଦଣ୍ଡପାଣି ବାବୁ ପାଣିରେ ଢାଳି ପରୀକ୍ଷା କରିଛନ୍ତି ଓ ଚାଷୀ ମାନେ ପାଣିରେ ଧୋଉଛନ୍ତି।ଧୋଇବା ପରେ କିଭଳି ଲୁଣରୁ ରଙ୍ଗ ଛାଡ଼ିଥିବା ପରେ ରଙ୍ଗ ଓ ଲୁଣ ଅଲଗା ହେଉଛି.

ସେହି ରଙ୍ଗ ମିଶା ପଟାସ ସାର କାଶୀନଗର ବ୍ଳକର ସାରା, ବାଡିଗାଁ, ବୁଦୁରା ,ଖାଣ୍ଡବା , ଆଦର୍ଶ ନଗର ଏଭଳି ବିଭିନ୍ନ ଗାଁ ରେ ଏହି ପଟାସ ସାର ବିକ୍ରି ହୋଇଥିଲା। ପରେ ଚାଷୀ ମାନେ ମଧ୍ୟ ଜମିରେ ସାର ପକେଇ ସାରିଛନ୍ତି. ଏହା ପରେ ଗାଁ ର କିଛି ଚାଷୀ ଜାଣିବା ପାଇଁ ପାଇଲେ ଯେ ଅସାଧୁ କାରବାର ପଟାସ୍ ଲିମିଟେଡ୍ ନାମରେ ନକଲି ସାର ବିକ୍ରି ହେଉଛି।

ଚାଷୀଙ୍କ ଠାରୁ ଅଭିଯୋଗ ପାଇବା ପରେ ସ୍ଥାନୀୟ ତହସିଲଦଦାର ଓ କୃଷି ବିଭାଗ ଅଧିକାରୀ ଗାଁ ରେ ପହଞ୍ଚି ଚାଷୀଙ୍କ ଠାରୁ ସେହି ଭେଜାଲ ପଟାସ ସାରର ସେମ୍ଫଲ୍ ନେଇଛନ୍ତି। ତଦନ୍ତ ପରେ ଉଚ୍ଚ କାର୍ଯାନୁଷ୍ଠାନ ନିଆ ଯିବ ବୋଲି ବିଭାଗୀୟ ଅଧିକାରୀମାନେ କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ତଦନ୍ତ କୋଉ ଦିଗକୁ ଯାଉଛି। ଏହି ନକଲି ସାର ବିକ୍ରି ପଛରେ କିଏ ରହିଛନ୍ତି ।ଏହାର ଚେର କେତେଦୂର ଲମ୍ବିଛି ଦେଖିବାକୁ ବାକି ରହିଲା। ସରକାରୀ ତଦନ୍ତ ପରେ ସବୁ ପରଦା ଉଠିବ.

 

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର