April 15, 2025

ମହାବିଦ୍ୟାଳୟ ଡେମୋନଷ୍ଟ୍ରେଟରଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Share

 

ନବରଙ୍ଗପୁର(ଏମ.ଦୀନ°ଶୁ ଆଚାରୀ) ନବରଙ୍ଗପୁର ମହାବିଦ୍ୟାଳୟ ସମସ୍ତ କର୍ମଚାରୀଙ୍କ ତରଫରୁ ପଦାର୍ଥ ବିଜ୍ଞାନ ଡେମୋନଷ୍ଟ୍ରେଟର ସୁରେନ୍ଦ୍ର କୁମାର ମହାପାତ୍ରଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡି. ଗୋବିନ୍ଦା ରାଓଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଶ୍ରୀ ସୁରେନ୍ଦ୍ର କୁମାର ମହାପାତ୍ରଙ୍କ କାର୍ଯ୍ୟଶୈଳି, କାର୍ଯ୍ୟଦକ୍ଷତା,ଅମାୟିକ ବନ୍ଧୁତା ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗକୁ ମନେ ପକାଇ ଶ୍ରଦ୍ଧାର ସହ କୃତଜ୍ଞତା ଜ୍ଞାପନ କରଯାଇଥିଲା। ଏହା ସହ ପ୍ରୋଭିଜିନାଲ୍ ପେନସନ ମଧ୍ୟ ପ୍ରଦାନ କରିବା ସହିତ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗ ରିଡର ସଙ୍ଗୀତା ତ୍ରିପାଠୀ, ଅଧ୍ୟାପକ ଚିତ୍ତରଞ୍ଜନ ଦାସ, ଅଧ୍ୟାପକ ଦିଲିପ ହୋତା, ଶମ୍ଭୁ ପ୍ରସାଦ ହୋତା, ଘାସୀରାମ ବେହେରା, ଅଧ୍ୟାପିକା ଭାନୁମତୀ ସାହୁକାର, ଅଧ୍ୟାପକ ଡକ୍ଟର ଜାହାଙ୍ଗୀର ମହମ୍ମଦ, ଆଲୋକ ଦାସ , ଡକ୍ଟର ରୁଦ୍ର ମାଝୀ , ଜିତେନ୍ଦ୍ର ରଥଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଅବସର କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।