June 1, 2025

ଆମକୁ ବଂଚିବାକୁ ଦିଅନ୍ତୁ ନାଇଁତ ବଡଦାଣ୍ଡ ରେ ବୁଲଡୋଜର ଚଢେଇ ମାରିଦିଅନ୍ତୁ ..

Share

ପୁରୀ ବଡଦାଣ୍ଡ ଉଠାଦୋକାନୀଙ୍କ ପକ୍ଷରୁ ମିଳିତ ଭାବେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱ ରେ ସିଂହଦ୍ୱାର ଠାରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ପ୍ରାୟ ଏକହଜାର ଉଠାଦୋକାନୀ ଜିଲ୍ଲାପାଳ ଙ୍କୁ ତାଙ୍କର ଦାବିପତ୍ର ଦେଇଛନ୍ତି l ଶ୍ରୀଜଗନ୍ନାଥ ବଲ୍ଲଭ ଠାରୁ ବାହାରି ବିରାଟ ଶୋଭାଯାତ୍ରା ରେ ବାହାରି ଉଠାଦୋକାନୀ ମାନେ ଡାକ୍ତରଖାନା ଛକ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ l ଆମକୁ ବଡଦାଣ୍ଡ ରେ ଦୋକାନ କରିବାକୁ ସୁଯୋଗ ଦିଅନ୍ତୁ ବୋଲି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ l ଆମକୁ ବଞ୍ଚିବାକୁ ଦିଅନ୍ତୁ ନାଇଁତ ବଡଦାଣ୍ଡ ରେ ବୁଲଡୋଜର ଚଢାଇ ମାରିଦିଅନ୍ତୁ ବୋଲି ଉଠାଦୋକାନୀମାନେ ଗଣମାଧ୍ୟମ ଆଗରେ କହିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed