November 15, 2024

ତ୍ୟାଗର ସଂକଳ୍ପ:ରକ୍ତ ଶିକୁଳି ରୋଗୀଙ୍କ ପାଇଁ ୨୦୦ ୟୁନିଟ ରକ୍ତଦାନ କରିବାର ଲକ୍ଷ୍ୟ 

Share

 

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲା ସହରରେ କାର୍ଯ୍ୟ କରୁଥିବା ରକ୍ତଦାନ ଅନୁଷ୍ଠାନ ତ୍ୟାଗ ନେଇଛି ମହା ସଂକଳ୍ପ।ରକ୍ତ ଶିକୁଳି ରୋଗୀଙ୍କ ପାଇଁ ୨ ଶହ ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି।

 

ସ୍ୱାଧୀନତା ଦିବସ ପାଳନ ଅବସରରେ ସ୍ୱେଛାକୃତ ରକ୍ତଦାନର ପ୍ରଚାର ପ୍ରସାର ଓ ରକ୍ତ ଶିକୁଳି ରୋଗୀଙ୍କ ରକ୍ତ ଆବଶ୍ୟକତା ପୁରଣ ପାଇଁ ତ୍ୟାଗ ଏଭଳି ରକ୍ତ ଦାନ ଶିବିର ଆୟୋଜନ କରିଥିବା ଅନୁଷ୍ଠାନ ମୁଖ୍ୟ ଦୂର୍ଗା ପାଢ଼ୀ କହିଛନ୍ତି।

 

ଏହି କ୍ରମରେ ୧୪ ଅଗଷ୍ଟ ୨୦୨୪

୧ମ ଶିବିର, ସକାଳ ୯ରୁ ଦିନ ୧ଘ ପର୍ଯ୍ୟନ୍ତ ଆଇନ ମହାବିଦ୍ୟାଳୟ, ସମ୍ବଲପୁର ଓ ୨ୟ ଶିବିର, ସନ୍ଧ୍ୟା ୫ରୁ ରାତ୍ର ୮ଟାରେ ଡେଲି ମାର୍କେଟ, ବୁର୍ଲା ଠାରେ ଏହା ଅନୁଷ୍ଠିତ ହେବ। ସେହିପରି

୧୫ ଅଗଷ୍ଟ ୨୦୨୪ ଦିନ ୧ମ ଶିବିର ସକାଳ ୮ରୁ ଦିନ ୧ଟା

ଜ୍ୟୋତି ବିହାର , ବୁର୍ଲା ଓ ୨ୟ ଶିବିର ସଂଧ୍ୟା ୫ରୁ ରାତ୍ର ୮ଘ

ଷ୍ଟେସନପଡା, ବୁର୍ଲା ଠାରେ ତ୍ୟାଗ ଓ ତାର

ସହଯୋଗୀ ଅନୁଷ୍ଠାନ ଆଲୁମୁନି ଆସୋସିଏସନ୍, ଲଜପତ ରାୟ ଆଇନ ମହାବିଦ୍ୟାଳୟ, ସମ୍ବଲପୁର ଓ ରକ୍ତଦାତା ସଂଘ ବୁର୍ଲା ପକ୍ଷରୁ ଏହା ଆୟୋଜନ ହେବ।ଉଭୟ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ରୂପେ ରକ୍ତ ଦାନ ପ୍ରତି ଋଚି ରଖିଥିବା ସ୍ୱେଚ୍ଛାସେବୀ ଓ ଆତ୍ମିୟ ସ୍ୱଜନଙ୍କୁ ଅଂଶଗ୍ରହଣ ପୂର୍ବକ ରକ୍ତଦାତା ଓ ଆୟୋଜକଙ୍କୁ ଉତ୍ସାହିତ କରିବାକୁ ନିବେଦନ କରାଯାଇଛି।ତ୍ୟାଗ ସଭାପତି

ଦୁର୍ଗା ପାଢ଼ୀ, ତ୍ୟାଗ ପରିବାର

ପ୍ରକାଶ ଶତପଥୀ, ପଙ୍କଜ ମଜୁମଦାର, ଦଶରଥ ଦାସ, ବିରଞ୍ଚି ମହାପାତ୍ର, ପ୍ରଶାନ୍ତ ମହାନ୍ତି, ଲକ୍ଷ୍ମୀ ପ୍ରଧାନ, ଶଙ୍କର ବଗର୍ତ୍ତି, ଶିବ ସେଠି, ନଟବର ମହାରଣା, ତପନ ବେହେରା, ଗୁଡୁ ଉପଲ, ସୁରିନ୍ଦିର ସିଂ,ବିକି ଶର୍ମା ପ୍ରମୁଖ ଏହି ଶିବିର ଆୟୋଜନରେ ପ୍ରତିଟି ଜନତାଙ୍କ ଭାଗିଦାରିତାକୁ ସ୍ୱାଗତ ଜଣାଇଛନ୍ତି।

ଏଟାରେ ସୂଚନା ଯୋଗ୍ୟକି,ତ୍ୟାଗ ୧୯୮୪ ମସିହାରୁ ଏଭଳି ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରି ଆସୁଛି। ଓଡ଼ିଶା ଓ ଭାରତରେ ତ୍ୟାଗର ୧୦୦୦ରୁ ଉର୍ଦ୍ଧ୍ବ ସଭ୍ୟ ସଭ୍ୟା ରହିଛନ୍ତି।ଅମୁଲ୍ୟ ଜୀବନ ବଞ୍ଚାଇବା ପାଇଁ ‘ତ୍ୟାଗ’ ଦୀର୍ଘ ୪୦ ବର୍ଷରେ ଲକ୍ଷାଧିକ ୟୁନିଟ ରକ୍ତଦାନ କରିସାରିଛି । ପଶ୍ଚିମ ଓଡ଼ିଶାର ପ୍ରଥମ ବୃହତ ରକ୍ତଦାନ ଶିବିର ଆୟୋଜନ କରିବାରେ ରେକର୍ଡ କରିଛି “ତ୍ୟାଗ” । ୨୦୦୮ରେ ଆୟୋଜିତ ଏକ ବୃହତ ରକ୍ତଦାନ ଶିବିରରେ ଏକକାଳୀନ ୧୦୦୦ରୁ ଉର୍ଦ୍ଧ୍ବ ରକ୍ତଦାତା ରକ୍ତଦାନ କରି ବିରଳ ରେକର୍ଡ କରିଥିଲେ ।ସ୍ବେଛାକୃତ ରକ୍ତଦାନର ପ୍ରଚାର ପ୍ରସାର ପାଇଁ ତ୍ୟାଗ ଅନେକ ମେଗା ଶିବିର ଆୟୋଜନ କରିବା ସହ ରକ୍ତଦାନ ଉପରେ ୮ଟି ଜାତୀୟ ସମ୍ମିଳନୀ ଓ କର୍ମଶାଳା ସଫଳତାର ସହ ଆୟୋଜନ କରିସାରିଛି । ୧୯୮୪ ରୁ ଆଜି ପ୍ରଯ୍ୟନ୍ତ ହଜାର ହଜାର ରକ୍ତଦାତାଙ୍କୁ ତ୍ୟାଗ ସଂସ୍ଥା ସମ୍ମାନିତ କରିଛି । ସ୍ବେଛାକୃତ ରକ୍ତଦାନ ଓ ଉଲ୍ଲେଖନୀୟ ସାମାଜିକ ସେବା ପାଇଁ ତ୍ୟାଗ ଓଡିଶା ସରକାରଙ୍କ ଠାରୁ ସ୍ୱତନ୍ତ୍ର ରୂପେ ସମ୍ମାନୀତ ମଧ୍ୟ ହୋଇଛି। ରକ୍ତଦାନ ଓ ଏହାର ପ୍ରଚାର ପ୍ରସାର ପାଇଁ ତ୍ୟାଗ ଅନୁଷ୍ଠାନ ବହୁବାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଦ୍ଵାରା ପ୍ରଶଂସିତ ଓ ସମ୍ମାନିତ ହୋଇଛି । ତ୍ୟାଗ ଭାରତୀୟ ରେଡକ୍ରସ ସଂସ୍ଥା, ଅନେକ ଜାତୀୟ ଓ ରାଜ୍ୟ ସ୍ତରୀୟ ସଂସ୍ଥା ଦ୍ୱାରା ସମ୍ମାନିତ ହୋଇଛି । ରକ୍ତଦାନ ଏକ ଜନ ଆନ୍ଦୋଳନର ରୂପ ନେଉ ଓ ରକ୍ତର ଅଭାବରେ କାହାରି ମୃତ୍ୟୁ ନ ହେଉ। ରକ୍ତଦାତା ଙ୍କ ସ୍ଵତନ୍ତ୍ର ପରିଚୟ ରଖିବା ଦିଗରେ ସରକାର ବଡ ଭୂମିକା ନିର୍ବାହ କରିବା ମଧ୍ୟ ଆବଶ୍ୟତା ରହିଛି। ଏହାହିଁ ‘ତ୍ୟାଗ’ ର ସଂକଳ୍ପ ଓ କାର୍ଯ୍ୟସୂଚୀ ବୋଲି ତ୍ୟାଗ ପକ୍ଷରୁ ଦୁର୍ଗା ପାଢୀ ଗଣମାଧ୍ୟକୁ ଜଣାଇଛନ୍ତି।