November 15, 2024

ମିଶନ ଶକ୍ତିର ଗେଣ୍ଡୁ ଫୁଲ ଚାରା ରୋପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ 

Share

ରାୟଗଡ:ଓଡିଶା ଜୀବିକା ମିଶନ ତରଫରୁ ମିଶନ ଶକ୍ତି ମହିଳା ମାନଙ୍କ ସ୍ୱାବଲମ୍ବୀ କରି ସେମାନଙ୍କ ଜୀବନ ମାନ ବୃଦ୍ଧି କରିବା ପାଇଁ ବିଭିନ୍ନ ଯୋଜନାର କାର୍ଯ୍ୟ କରି କଟାଯାଉଛି l କଲାନାରା ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l କଲାନାରା ବ୍ଲକର ଡ଼ିମିରିଗୁଡା ଗ୍ରାମ ପଂଚାୟତ ଆନ୍ତର୍ଗତ କେ ଡେଙ୍ଗା୍ସର୍ଗୀ ଗ୍ରାମରେ ଆଜି ଗେଣ୍ଡୁ ଫୁଲ ଚାରା ରୋପଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଶୁଭରମ୍ବ କରିଛନ୍ତି l ମିଶନ ଶକ୍ତି ମା ମାନଙ୍କ ସହିତ ଜିଲ୍ଲାପାଳ ଚାରା ରୋପଣ ଉତ୍ସାହିତ କରିଥିଲେ l ବ୍ଲକର ବଡ ଖିଲାପଦର,ବଂକିଲ, ଡୁମୁରିଗୁଡା,ଗଦିଶେଷଖାଳ, ଖେଡାପଡା, କଲାନାରା, ମୁକୁନ୍ଦପୁର, ରେଖାପଦର ଏବଂ ଥେରୁବାଲି ଆଦି ୯ଗୋଟି ଗ୍ରାମପଞ୍ଚାୟତର ୧୭ଗୋଟି ଗ୍ରାମର ୫୧ଏକର ଜାଗାରେ ଏକ ଲକ୍ଷ ଏକୋଇଶ ହଜାର ଚାରା ରୋପଣ କରାଯିବାର ଲକ୍ଷ ରଖାଯାଇଛି l ଏହାସହିତ ଜିଲ୍ଲାର ଅନ୍ୟ ବ୍ଲକରେ ମଧ୍ୟ୍ୟ ଗେଣ୍ଡୁଫୁଲ ଚାଷ କରି ମିଶନ ଶକ୍ତି ମହିଳା ମାନଙ୍କୁ ଆର୍ଥିକ ସ୍ୱବାଲମ୍ବୀ କରିବାର ଲକ୍ଷ ରଖାଯାଇଛି l ଜିଲ୍ଲାପାଳଙ୍କ ସହିତ ଆଜିର ଏହି କାର୍ଯ୍ୟକ୍ରମରେ ବିଡ଼ିଓ କଲାନାରା ରୀନା ପ୍ରଧାନ,ସହକାରୀ ନିର୍ଦେଶକ ଓରମାସ ମନୋଜ କୁମାର ପାତ୍ର, ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ହେମନ୍ତ ବାଗ ଯୋଗଦାନ କରି ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ