March 10, 2026

ଜଗନାଥପ୍ରସାଦ ବ୍ଲକ୍ ପରିସରରେ ଆଜି ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିପିଟେଡ଼ ମର୍କେଟିଙ୍ଗ ଡିଭିଜନ୍ ଭୁବନେଶ୍ବର

IMG-20250703-WA0028
Share

ଭଞ୍ଜନଗର:୨/୭(ସୁକାନ୍ତ କୁମାର ନାୟକଙ୍କ) ରିପୋଟ୍ ଉପାନ୍ତ ଖବର

ଜଗନାଥପ୍ରସାଦ ବ୍ଲକ୍ ପରିସରରେ ଆଜି ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିପିଟେଡ଼ ମର୍କେଟିଙ୍ଗ ଡିଭିଜନ୍ ଭୁବନେଶ୍ବର ଆନୁକୁଲ୍ୟରେ ୨୦ ଜଣ ଚଳଣ ବାଧିତ ଦିବ୍ୟାଙ୍ଗ ଙ୍କୁ ମାଗଣା ବେଟେରି ଚାଳିତ ଟ୍ରାଇ ସାଇକଲ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁକ୍ଷ୍ୟ ଅତିଥି ରୁପେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ. ମୁଖ୍ୟ ବକ୍ତା ମହେନ୍ଦ୍ର କୁମାର ପଣ୍ଡା, ସନ୍ନାନିତ ଅଥିତି ଡେପୁଟି ଜେନେରାଲ ମେନେଜର P.K.ପଣ୍ଡା, ସିନିଅର ମେନେଜର ଏ.ଭି ଅଶୋକ କୁମାର ମଞ୍ଚାସିନଥିଲେ । ମଞ୍ଚାସିନ ଅତିଥିମାନଙ୍କ ଦ୍ଵାରା ପ୍ରଦିପ ପ୍ରଜ୍ବଳନ ପରେ ପୁଷ୍ପଗୁଛ ଦେଇ ସ୍ୱାଗତ କରା ଜାଇଥିଲା ଅତିଥିମାନେ ବେଟେରି ଚାଳିତ ଗାଡ଼ି ଏବଂ ହେଲମେଣ୍ଟ ବ୍ୟବହାର ବିଷୟରେ ଅବଗତ କରାଇଥିଲେ। ଜଗନ୍ନାଥପ୍ରସାଦ ବ୍ଳକରେ ୧୫ଗୋଟି ଏବଂ ବେଲଗୁଣ୍ଠା ବ୍ଲକରେ ୫ ଗୋଟି ମୋଟ ୨୦ ଗୋଟି ସାଇକଲ୍ ସମସ୍ତ ଦିବ୍ୟାଙ୍ଗକୁ ଚିହ୍ନଟ କରି ବିଧାୟକ ପାଖକୁ ଯାଇ ସେମାନକୁ ବଶ୍ଟନ କରିବା ସହିତ ଉତ୍ସାହିତ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଳକର ସମସ୍ତ ପଦାଧିକାରି ଉପସ୍ତିତ ଥିଲେ। ରାମନାଥ ଶିଖର ମଞ୍ଚ ପରିଚାଳନା କରିଥିବା ବେଳେ ସରକାରି ଜନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ।