ଉମରକୋଟ ରେ ବର୍ଷାରେ ବେହାଲ ରାସ୍ତା ଘାଟ, ଅସ୍ଥାୟୀ ପୋଲ ଉପରେ ପାଣି ଉମରକୋଟ – ନବରଙ୍ଗପୁର ଯୋଗାଯୋଗ ବିଚ୍ଛିନ୍ନ ହନ୍ତସନ୍ତ ହେଉଛନ୍ତି ଲୋକ……..

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଆଷାଢର ଅସରାଏ ବର୍ଷା ରେ ବେହାଲ ହେଇ ଯାଇଛି ଉମରକୋଟ ସହର ରାସ୍ତାର ଅବସ୍ଥା। ୫/୬ ଦିନ ହେଲା ଲଗାଣ ବର୍ଷା ଯୋଗୁଁ ଉମରକୋଟ ସହରରେ ବିଭିନ୍ନ ସ୍ଥାନରେ ପାଣି ଜମି ରହି ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ଷା ଲାଗି ରହିଥିବା କାରଣରୁ ହନ୍ତସନ୍ତ ହେଉଛନ୍ତି ଲୋକ। ସହରର ନୂଆ ବସ ଷ୍ଟାଣ୍ଡ, ପୁରୁଣା ବସ ଷ୍ଟାଣ୍ଡ, ଡି.ଏନ.କେ, କଲେଜ ଛକ,ଶ୍ମଶାନ କୁ ଯିବା ରାସ୍ତା ଆଦିରେ ପାଣି ଜମା ହେବା କାରଣରୁ ସହର ବାସି ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି ବର୍ଷା ପାଣି ଯୋଗୁଁ ବିଭିନ୍ନ ରୋଗ ବ୍ୟାପିବା ଭଳି ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ଲୋକେ ଏହି ରାସ୍ତା ସମସ୍ୟା ସଂପର୍କରେ ବାରମ୍ବାର ଅଭିଯୋଗ କରିଛନ୍ତି । ହେଲେ କୌଣସି ସୁବିଧା କରାଯାଉ ନାହିଁ। ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧି ସମସ୍ତେ ଜାଣନ୍ତି କିନ୍ତୁ କୌଣସି ମରାମତି କାମ କରାଯାଏ ନାହିଁ। ଏଥିପାଇଁ ଲୋକ ଅନେକ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେପଟେ ଅସ୍ଥାୟୀ ପୋଲ ଉପରେ ପାଣି ଉମରକୋଟ-ନବରଙ୍ଗପୁର ଯୋଗାଯୋଗ ବିଚ୍ଛିନ୍ନ। ଉମରକୋଟ ଠାରୁ ନବରଙ୍ଗପୁର କୁ ସଂଯୋଗ କରୁଥିବା ୩୯ ନମ୍ବରରାଜ୍ୟ ରାଜ ପଥ ଝରିଗାଁ ବ୍ଲକ ଧଡ୍ରା ନିକଟସ୍ଥ ନଗି ନଦୀ ଉପରେ ଥିବା ଅସ୍ଥାୟୀ ପୋଲ ଉପରେ ବନ୍ୟା ପାଣି ପ୍ରଭାବିତ ହେବା ଯୋଗୁଁ ଉମରକୋଟ – ନବରଙ୍ଗପୁର କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟକ ଗାଡ଼ି ମୋଟର ଅଟକି ରହିଥିଲା। ତେବେ କେହି ଗଢ଼ି କିମ୍ବା ଯାତ୍ରୀ ଉକ୍ତ ପୋଲ ଦେଇ ଯାତାୟାତ ନ କରି ଦୁର୍ଘଟଣା ଶୀକାର ନା ହେବ ପଇଁ ଅସ୍ଥାୟୀ ପୋଲ କୁ ପ୍ରଶାସନ ତରଫରୁ ଭାଙ୍ଗି ଦିଅ ଯାଇଛି। ତେଣୁ ଏହି ରାସ୍ତା ରେ ଯିବା ଯାନବାହାନ ଗୁଡ଼ିକୁ ବିକଳ୍ପ ରାସ୍ତା ଦେଇ ଯିବା ପାଇଁ ପରାମର୍ଶ ଦିଆଯାଇଛି।ସହରର ଏହି ମୁଖ୍ଯ ରାସ୍ତାର ଦୁରାବସ୍ଥାରେ କେବେ ପଦକ୍ଷେପ ନେଇ କାମ ତ୍ୱରାନ୍ୱିତ ହେବ ଓ କେବେ ସୁଧାର ଆସିବ ଦେଖିବାକୁ ବାକି ରହିଲା।
