July 6, 2024

ସରପଞ୍ଚ୍ ଙ୍କ ଅଚାନକ ସ୍କୁଲ ପରିଦର୍ଶନ

Share

ସମ୍ବଲପୁର,ତା.୦୩।୦୭:ଶିକ୍ଷା ଓ ସ୍ୱାସ୍ଥ୍ୟକୁ ନେଇ ବାରମ୍ବାର ଲୋକଙ୍କ ବିଭିନ୍ନ ଅଭିଯୋଗ ହେଉଥିବା ବେଳେ ବାହାମ ସରପଞ୍ଚ ସରସ୍ବତୀ ଭୋସାଗର ଅଚାନକ ଭାବେ ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି।ପଞ୍ଚାୟତର ପଧାନପାଲି ନୋଡାଲ ୟୁଜି ଏମଇ ସ୍କୁଲ ଓ ପଧାନପାଲି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ଉପସ୍ଥାନ,ମଧ୍ୟାହ୍ନ ଭୋଜନ, ଶିକ୍ଷଣୀୟ ମାଧ୍ୟମ ପ୍ରଭୃତି ଦିଗରେ ନିରିକ୍ଷଣ କରି ସ୍କୁଲ ପରିଚାଳନାରେ ସଂସ୍କାର ଆଣିବାକୁ ପରାମର୍ଶ ଦେବା ସହିତ ଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି ନେଇ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରି ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ପଞ୍ଚାୟତରେ ମଜଭୁତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।