July 6, 2024

୧୪ ଫୁଟିଆ ଅହିରାଜ ସାପ ଉଦ୍ଧାର

Share

ବୁଗୁଡା : ତା ୦୩/୦୭/୨୪ : ବୁଗୁଡା ବ୍ଲକ ଜେଏକ ଗ୍ରାମରୁ ୧୪ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଥିବା ଜଣାଯାଇଛି । ପ୍ରକାଶ ଯେ , ଆଜି ସନ୍ଧ୍ୟାରେ ଜେଏକ ଗାଁର ହରିକୃଷ୍ଣ ନାୟକଙ୍କ ଘର ବାରିପଟେ ଥିବା କାଠ ଗଦା ତଳେ ଏହି ଅହିରାଜ ସାପଟିଏ ଛପି ରହିଥିଲା । ହରିକୃଷ୍ଣଙ୍କ ପରିବାର ଲୋକେ କୌଣସି କାମରେ ବାରିପଟକୁ ଯାଇଥିବା ବେଳେ ଏହି ସାପଟିକୁ ଦେଖିବାକୁ ପାଇଥିଲେ । ସାପଟି କାଳେ ଘର ଭିତରକୁ ପଶି ଆସିବ ଭାବି ଭୟଭୀତ ହୋଇପଡିଲେ । ଏ ନେଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ହରିଶ ପାଢୀଙ୍କୁ ଖବର ଦିଆଯାଇଥିଲା । ସେ ସେଠାରେ ପହଞ୍ଚି କୌଶଳରେ ସାପଟିକୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର ପରେ ସେହି ଦୀର୍ଘକାୟ ଅହିରାଜ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାଯାଇଛି ।