July 6, 2024

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ “ଉପାନ୍ତ ଖବର”ପତ୍ରିକାର ସମ୍ପାଦନା ମଣ୍ଡଳୀ ..

Share


ଓଡ଼ିଶାର ଗଜପତି ଜିଲ୍ଲାରୁ ପ୍ରକାଶ ପାଉଥିବା ପାକ୍ଷିକ ସମ୍ବାଦ ପତ୍ର “ଉପାନ୍ତ ଖବର”ର ସମ୍ପାଦନା ମଣ୍ଡଳୀର ସଦସ୍ୟ ମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପତ୍ରିକାକୁ ଦେଖି ସମ୍ପାଦନା ମଣ୍ଡଳୀ କୁ ଉଚ୍ଚ ପ୍ରଶଂସା କରିବା ସହ ପତ୍ରିକାର ଉନ୍ନତି କାମନା କରିଥିଲେ। ଏହା ସଙ୍ଗେ ଉପ ମୁଖ୍ୟମନ୍ତ୍ରୀ ତଥା ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଶ୍ରୀମତୀ ପ୍ରଭାତୀ ପରିଡ଼ା ପତ୍ରିକାକୁ ଦେଖି ସନ୍ତୋଷ ପ୍ରକାଶ କରିବା ସହ ସମ୍ପାଦନା ମଣ୍ଡଳୀ କୁ ଉତ୍ସାହିତ କରିଥିଲେ। ଏହା ପରେ ସମ୍ପାଦନା ମଣ୍ଡଳୀ ସଦସ୍ୟ ମାନେ ଓଡ଼ିଶାର ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ସାକ୍ଷାତ କରି ପତ୍ରିକା ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ରୁ ପ୍ରକାଶ ପାଇ ଓଡ଼ିଶାର ସମସ୍ତ ଅଞ୍ଚଳରେ ପହଞ୍ଚି ପାଠକ ଙ୍କ ଆଦୃତ ହୋଇଥିବା ପ୍ରକାଶ କରିବାରୁ ମନ୍ତ୍ରୀ ପତ୍ରିକାର ଉନ୍ନତି କାମନା କରିଥିଲେ। ମନ୍ତ୍ରୀ ଗଣ ପତ୍ରିକା ଲୋକଙ୍କ ସ୍ୱର ରୂପେ କାର୍ଯ୍ୟ କରୁ ବୋଲି ମତ ପ୍ରକାଶ କରିଥିଲେ। ଏହା ପରେ ସମ୍ପାଦନା ମଣ୍ଡଳୀ ର ସଦସ୍ୟ ମାନେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ଅଧିକାରୀ ମାନଙ୍କୁ ସାକ୍ଷାତ କରି ପତ୍ରିକା କୁ ଆଇନ ମୁତାବକ ସାହାଯ୍ୟ କରିବା ନିମନ୍ତେ ଅନୁରୋଧ କରିଥିଲେ। ଏହି ସାକ୍ଷାତ ସମୟରେ ପତ୍ରିକାର ମୁଖ୍ୟ ସମ୍ପାଦକ ଗଣେଶ ବିଷୋୟୀ, ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସୁରେନ୍ଦ୍ର ମହାନ୍ତି, ପୁରୀ ଜିଲ୍ଲା ସାମ୍ବାଦିକ ରମେଶ ଚନ୍ଦ୍ର ସାହୁ, କାହ୍ନୁ ପାତ୍ର, ମାନସ ରଞ୍ଜନ କର ଙ୍କ ସମେତ ସୁଶାନ୍ତ ବାବୁ ପ୍ରମୁଖ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ସାକ୍ଷାତ କରିଥିଲେ।