November 22, 2024

ଜଗାର ସୁନାବେଶ ଦେଖୁ ଦେଖୁ ଭିଡରେ ସଂଘମିତ୍ରାଙ୍କ ଉଡିଗଲା ପ୍ରାଣବାୟୁ, ମୃତଦେହ ଜବତ କଲା ପୋଲିସ*

Share

*ଜଗାର ସୁନାବେଶ ଦେଖୁ ଦେଖୁ ଭିଡରେ ସଂଘମିତ୍ରାଙ୍କ ଉଡିଗଲା ପ୍ରାଣବାୟୁ, ମୃତଦେହ ଜବତ କଲା ପୋଲିସ*

ପୁରୀ,
ସୁନାବେଶ ଦେଖିବାକୁ ପରିବାର ଓ ସମ୍ପର୍କୀୟଙ୍କ ସହ ପୁରୀ ଆସିଥିଲେ । ଜଗାର ସୁନାବେଶ ଦେଖିଲେ । ମାତ୍ର ବେଶ ଦେଖି ବାହରୁଥିବାବେଳେ ଭିଡ଼ରେ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇଗଲେ । ତାଙ୍କୁ ତୁରନ୍ତ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ହେଲେ କଟକ ଜିଲ୍ଲା ସାଲେପୁରର ସଂଘମିତ୍ରା ବାରିକ (୨୨) ।

ସନ୍ଧ୍ୟାରେ ସେ ସମ୍ପର୍କୀୟଙ୍କ ସହ ସୁନାବେଶ ଦର୍ଶନ କରିବାକୁ ଯାଇଥିଲେ । ପ୍ରବଳ ଭିଡ଼ ଭିତରେ ବାହାରକୁ ଆସିବାକୁ ଚେଷ୍ଟା କରୁଥିବାବେଳେ ସେ ଅଣନିଃଶ୍ୱାସୀ ହୋଇଯାଇଥିଲେ ବାଲି ତାଙ୍କ ମା’ବାସନ୍ତୀ ବାରିକ କହିଛନ୍ତି । ଭିଡ଼ ଭିତରୁ ତାଙ୍କ ମାଉସୀ ପୁଅ ରାଜେନ୍ଦ୍ର ବାରିକ ଉଦ୍ଧାର କରି ଗିଅର ବିହୀନ ସ୍କୁଟର ଯୋଗେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଶ୍ୱାସରୁଦ୍ଧ ହେବା ଯୋଗୁ ପ୍ରାଣ ହରାଇଥିବା କହିଛନ୍ତି ତାଙ୍କ ବଡ଼ବାପା ପୁଅ ଭାଇ ମାନସ ରଞ୍ଜନ ବାରିକ କହିଛନ୍ତି । ପୁଲିସ ଶବ ଜବତ କରିଛି । ୯ଟା ୨୪ରେ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ।