June 5, 2025

ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଘୋଷ ଯାତ୍ରା ନିମନ୍ତେ ଦ୍ୱିତୀୟ ତଥା ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ: 

Share

 

ନୀଳଗିରି ( ଦେବାଶିଷ ଦାଶ )

ଆଜି ଅପରାହ୍ନ ଘ ୫.୩୦ଟୀକା ସମୟରେ ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ତଥା ଚୂଡ଼ାନ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନୀଳଗିରି ଉପ ଜିଲ୍ଲାପଳ ଶ୍ରୀମତୀ ଶୁଭଶ୍ରୀ ରଥ ମଞ୍ଚାସିନ ଅତିଥିମାନଙ୍କ ମଧ୍ୟରେ। ବାଲେଶ୍ୱର ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ, ବାଲେଶ୍ଵର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରାସାଦ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ, ଏନ.ଏ. ସି,. କାର୍ଯ୍ୟ ନିର୍ବାହୀ ଅଧକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା,ଆଇ.ଏ.ଏସ.ପ୍ରୋବେସନାରୀ ମହୋଦୟ।ଙ୍କ ପରିଚୟ ଏବଂ ଉପସ୍ଥିତ ଉପଖଣ୍ଡ/ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ,ବୁଦ୍ଧିଜୀବୀ,ଆଇନଜୀବୀ,ସାମାଜିକ ସଂଗଠନ କର୍ମକର୍ତ୍ତା,ସେବାୟତ ଏବଂ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଜଣାଇବା ପରେ ବିଗତ ବୈଠକର ବିବରଣୀ ଅନୁଯାୟୀ ସମସ୍ତ ପ୍ରସଙ୍ଗ ଉପରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ମୟୂର ବିକାଶ ଆଲୋଚନା କରିଥିଲେ।ରଥ ନିର୍ମାଣ ପାଇଁ କାଠ ଆବଶ୍ୟକତା ଉପରେ ନିର୍ବାହୀ ଅଧିକାରୀ ଠାକୁର ମାହଲ୍ ଶ୍ରୀମତୀ ସୋନମ୍ ଦାସ ସମସ୍ତ ଆବଶ୍ୟକତା କାଠ ଯୋଗାଇ ଦିଆଯାଇଛି ବୋଲି ବୈଠକରେ ପ୍ରକାଶ କରିଥିଲେ। ରଥ ଯାତ୍ରା ସମୟରେ ରଥ ଉପରେ ଅବସ୍ଥାପିତ ବ୍ୟକ୍ତି ବିଶେଷ ମାନଙ୍କ ତାଲିକା ଚୂଡ଼ାନ୍ତ, ରଥ ଉପରେ ପ୍ରବଚନ, ରଥ ର ଯୋଗ୍ୟତା ପ୍ରମାଣ ପତ୍ର,ଯାତ୍ରୀମାନଙ୍କ ଭିଡକୁ ଲକ୍ଷ୍ୟକରି ଆଇନ ଶୃଙ୍ଖଳା,ଯାନବାହାନ ଚଳାଚଳ ନିୟନ୍ତ୍ରଣ, ଛିନ୍ ତାଇ, ସାଧା ପୋଷାକଧାରୀ ପୋଲିସ ବ୍ୟବସ୍ଥା, ସି. ସି . କ୍ୟାମେରା,ବଡ଼ ଦାଣ୍ଡରେ ଅତି କମରେ ୧୦୦ମିଟର ଦୁରତାରେ ପାଣି ଟାଙ୍କି ରଖିବାକୁ ଅଧକ୍ଷ ଶ୍ରୀଯୁକ୍ତ ମୟୂର ବିକାଶ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ନୀରବିଛିନ୍ ପାଣି ଯୋଗାଣ ବିଦ୍ୟୁତ୍ ସେବା,ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲାଯାଇ ସତର୍କତା ମୂଳକ ସୂଚନା ପ୍ରଦାନ ଅସ୍ଥାୟୀ ଚିକିତ୍ସା ସହାୟତା କେନ୍ଦ୍ରରେ ପର୍ଯ୍ୟାପ୍ତ ଓ. ଆର. ଏସ. ଗଚ୍ଛିତ ସହିତ ଆମ୍ବୁଲାନ୍ସ ସେବା, ରଥ ଯାତ୍ରା ସମୟରେ ମଦ ଦୋକାନ ବନ୍ଦ ରଖିବା ଆବଶ୍ୟକ ସ୍ଥଳେ ପୋଲିସ ସହାୟତାରେ ବେଆଇନ ଚୋରା ମଦ କାରବାର ରୋକିବାକୁ ଚଢ଼ାଉ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ବଡ଼ ଦାଣ୍ଡରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥାକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ପି. ଡବ୍ଲୁ. ଡି.,ବିଦ୍ୟୁତ୍ ଏବଂ ଏନ. ଏ. ସି. ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି।ଏହି ଗଣ ପର୍ବରେ ଉପଖଣ୍ଡ ସ୍ତରୀୟ ପ୍ରଦର୍ଶନୀ ବିଭିନ୍ନ ବିଭାଗ ଙ୍କୁ ନେ଼ଇ କରାଯିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିଷ୍ପତ୍ତି ଗ୍ରହଣ ହୋଇଛିଏବଂ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ତରଫରୁ ଭକ୍ତମାନଙ୍କ ମନୋରଞ୍ଜନ ନିମନ୍ତେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ ହୋଇଛି।ପରି ଶେଷରେ ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଉପସ୍ଥିତ ଅତିଥି ଏବଂ ସମସ୍ତ ବର୍ଗର ସଦସ୍ୟ/ସଦସ୍ୟଙ୍କୁ ପ୍ରଶାସନ ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ, ନୀଳଗିରି