June 5, 2025

ବିଶିଷ୍ଟ ପରିବେଶବିତ୍‌‍ ମେଧା ପାଟେକରଙ୍କ ତିନିଦିନିଆ ଓଡ଼ିଶା ଗସ୍ତ

Share

 

ବ୍ରହ୍ମପୁର, 3/6 : ଦେଶର ବିଶିଷ୍ଠ ପରିବେଶବିତ୍‌‍ ତଥା ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ସୁଶ୍ରୀ ମେଧା ପାଟେକରଙ୍କ ଜୁନ 5 ରୁ 7 ତାରିଖ ତିନିଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ଜୁନ 5 ତାରିଖରେ ସେ ରାୟଗଡ଼ା, କଳାହାଣ୍ଡି ଜିଲାର ସିଜିମାଳି ସୁରକ୍ଷା ତଥା ମା’ ମାଟି ମାଳିର ସୁରକ୍ଷା ମଞ୍ଚ ଦ୍ଵାରା ଆୟୋଜିତ ସୁଙ୍ଗେରା ହାଟପଦାରେ ଅନୁଷ୍ଠିତ ସମାବେଶରେ ଉଦବୋଧନ ଦେବେ। ଜୁନ 6 ତାରିଖରେ ଗଞ୍ଜାମ ଜିଲାରେ ଚାଲିଥିବା ଋଷିକୂଲ୍ୟା ନଦୀ ସୁରକ୍ଷା ଆନ୍ଦୋଳନ ପକ୍ଷରୁ ବ୍ରହ୍ମପୁର ସହରର ଶହୀଦ ଲକ୍ଷ୍ମଣ ନାୟକ କମୁ୍ୟନିଟି ହଲ ଠାରେ ଅପରାହ୍ନ 4 ଘଣ୍ଟା ବେଳେ ତାଙ୍କର ବକ୍ତବ୍ୟ ରଖିବେ । 6 ତାରିଖ ସକାଳେ ଋଷିକୂଲ୍ୟା ନଦୀ ପାର୍ଶ୍ଵରେ ପୋଟଲାମପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ଜୁନ 7 ତାରିଖ ପୂର୍ବାହ୍ନରେ ଭୁବନେଶ୍ଵର ଲୋହିଆ ଏକାଡ଼େମୀ ଠାରେ ଲୋକଶକ୍ତି ଅଭିଯାନ, ଦୟା ସୁରକ୍ଷା ଅଭିଯାନ, ଜଳବାୟୁ ନ୍ୟାୟ ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଦବୋଧନ ଦେବେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚାଷୀ ନେତା ଲିଂଗରାଜ, ପରିବେଶବିତ୍‌‍ ପ୍ରଫୁଲ୍ଲ ସାମନ୍ତରା ଯୋଗ ଦେବେ ବୋଲି ସାମାଜିକ କର୍ମୀ ତଥା ବରିଷ୍ଠ ସାମ୍ୱାଦିକ ରବି ରଥ ସୂଚନା ଦେଇଛନ୍ତି ।