July 1, 2024

କେନ୍ଦ୍ରମନ୍ତ୍ରୀ, ରାଜ୍ୟନେତା, ସମାଜସେବୀ, ସିନେତାରକା, ସାମ୍ବାଦିକ, ସେବାୟତ ଯୋଗଦେଲେ ମଧୁ ସିଂହାରୀ ମାଙ୍କ ଦଶାହ କାର୍ଯ୍ୟରେ …

Share


ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଦସ୍ୟ ମଧୁସୂଦନ ସିଂହାରୀଙ୍କ ମାତା ବିଷ୍ନୁପ୍ରିୟା ସିଂହାରୀଙ୍କ ଦଶାହ କାର୍ଯ୍ୟକ୍ରମ ରେ କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସିନେତାରକା ସମାଜସେବୀ ପ୍ରମୁଖ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ଲୋକନାଥ ରୋଡ଼ ସ୍ଥିତ ବାରବାଟୀ କଲ୍ୟାଣ ମଣ୍ଡପରେ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମଧୁ ସିଂହାରୀଙ୍କ ଘରକୁ ଆସି ମାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ l ପରେପରେ ବାରବାଟୀ କଲ୍ୟାଣ ମଣ୍ଡପକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ରାଜ୍ୟ ପ୍ରବାରୀ ବିଜୟ ପାନ ସିଂ ତୋମାର, ଲତା ଉଲ୍ଲାଚି, ସମ୍ବିତ ପାତ୍ର, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମାନସ ମହାନ୍ତି, ମହେଶ ମହାନ୍ତି, ସିନେତାରକା ସବ୍ୟସାଚୀ ମହାପାତ୍ର, ପିଙ୍କି ପ୍ରଧାନଙ୍କ ସହିତ ବିଶ୍ୱ ହିନ୍ଦୁ ପରିଷଦ, ଆର ଏସ ଏସ ସଦସ୍ୟ ଓ ସାମ୍ବାଦିକ ବନ୍ଧୁ ମାନଙ୍କ ସହିତ ମାନ୍ୟଗଣ ବ୍ୟକ୍ତିତ୍ୱମାନେ ଯୋଗ ଦେଇ ସିଂହାରୀ ପରିବାରକୁ ସାନ୍ତ୍ୱନା ଦେଇଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed