July 1, 2024

ପୁଣି ସାମ୍ନାକୁ ଆସିଲା ଜନନୀ ଜନନୀ ର ଚିତ୍ର, ରାସ୍ତା ନ ଥିବାରୁ ଭରରେ ବୁହା ହେଲା ଗର୍ଭବତୀ ମହିଳା…

Share


ମୋହନା: ପୁଣି ସାମ୍ନାକୁ ଆସିଲା ଜନନୀ ଜନନୀ ର ଚିତ୍ର, ଗାଁକୁ ରାସ୍ତା ନ ଥିବାରୁ ୨ କିମି ଭରରେ ବୁହା ହେଲା ଗର୍ଭବତୀ ମହିଳା l ତାହା ପୁଣି ଅତି ଶୋଚନୀୟ ଅବସ୍ଥାରେ ନଦୀ ପାର କରିବାକୁ ପଡ଼ିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବେତେଗଣ୍ଡା ଗାଁରେ । ଗାଁର ଆମୋଷ ମାଝୀଙ୍କ ପତ୍ନି ସୁନିତା ମାଝୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶା କର୍ମୀ 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ହେଲେ ଗାଁକୁ ଆମ୍ବୁଲାନ୍ସ ଯାଇ ପାରିନଥିଲା l ଶ୍ରୀରାମପୁର ଗାଁ ନିକଟରେ ଆମ୍ବୁଲାନ୍ସଅଟକି ଯାଇଥିଲା l ବାଧ୍ୟ ହୋଇ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଓ ଆଶା କର୍ମୀ ଓ ଗ୍ରାମବାସୀଙ୍କ ସହାୟତାରେ ସେଠାରୁ ମହିଳାଙ୍କୁ ଗାଁ ଠାରୁ ଭାରରେ ବୋହି ଘାଟି ରାସ୍ତା ଓ ନଦୀ ପାର କରି ଆଣି ଆମ୍ବୁଲାନ୍ସ ଯାଏଁ ଆଣିବା ପରେ ସେଠାରୁ ଅଡବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ମେଡ଼ିକାଲରେ ମହିଳା ଜଣଙ୍କ ସନ୍ତାନ ପ୍ରସବ କରିବା ପରେ ବର୍ତମାନ ମାଆ ଓ ଶିଶୁ ସୁସ୍ଥ ଥିବା ଜଣା ପଡିଛି l

You may have missed