July 1, 2024

ଆଜିବି ବଂଚୀ ରହିଛି ମାନବିକତା ସମାଜ ପାଈଁ ଅଲୋଡ଼ା ହେଇ ପଡ଼ିଥିବା ମାନସିକ ବିକୃତl ଝିଅକୁ ଆଶ୍ରୟ ଦେଇଛନ୍ତି ନରସିଂହଙ୍କ ପରିବାର,ପ୍ରଶାସନର ଦୃଷ୍ଟି ପଡିବ କେବେ………..?

Share

 

ଉମରକୋଟ:-କିଏ କହିଲା ଆଜି ସମାଜ ରେ ଆଉ ମାନବିକତା ନାହିଁ। କିନ୍ତୁ ଆଜି ବି ମାନବିକତା ବଞ୍ଚି ରହିଛି। ଏହି ଘଟଣା ର ସ୍ପଷ୍ଟ ପ୍ରମାଣିତ ହେଇ ଯାଇଛି।ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଡ ଭରଣ୍ଡି ଗ୍ରାମ ପଞ୍ଚାୟତ ର ନାଗର। ଡଙ୍ଗରୀ ଗ୍ରାମ ର ୧୯ ବର୍ଷିୟ। ପୁଷମଣି ଭତ୍ର। ପିଲା ଦିନ ରୁ ବାପା ମା ଛେଉଣ୍ଡ। ନବମ ଶ୍ରେଣୀ ପାଠ ପଡିଛି। ଜଣେ ମେଧାବୀ ଛାତ୍ରୀ ଭାବେ ବି ସ୍କୁଲ ରେ ନା ଥିଲା। ତେବେ ହଠାତ ପୁଷ କୁ ପାଗଳି ହେଇ ଯାଇଥିଲା। ବାପା ମା ନ ଥିବାରୁ ତାର କେହି ଚିକିତ୍ସା କରି ପାରି ନଥିଲେ। ବଡ ବାପା ବହୁତ କଷ୍ଟେ ମଷ୍ଟେ ପୁଷ ର ଲାଳନ ପାଳନ କରୁଥିଲେ। ଓ ତାକୁ ଗୋଡ ରେ ଶିଙ୍କୁଳି ବାନ୍ଧି କି ରଖିଥିଲେ। ମେଧାବୀ ଛାତ୍ରୀ ପୁଷ୍ପ ର ଜୀବନ ଶିଙ୍କୁଳି ବନ୍ଧା ଭିତରେ ରହି ଗଲା।। ତେବେ କିଛି ଦିନ ହେଲା ପୁଷ ଯେ କୌଣସି ମତେ ଘରୁ ବାହାରି ଆସି ପୋଡ।ଗୋଡ ପାହାଡ ତଳେ ଭୋକିଲା ଓ ଅସହାୟ ଅବସ୍ଥାରେ ଗଛ ମୂଳେ ପଡ଼ିକି ରହିଥିଲା।।୨୩ ତାରିଖ ଦିନ ଖ।ଣ୍ଡା ଗ୍ରାମ ପଞ୍ଚାୟତ ର ଦେଓପୁର ଗ୍ରାମ ର ନରସିଂହ ହରିଜନ ଙ୍କ ଷଷ୍ଠ ଶ୍ରେଣୀରେ ପାଠ ପଡୁଥିବା ପୁଅ ରୁପେସ ହରିଜନ ଗାଈ ଗୋରୁ ନେଇ ପୋଡ।ଗଡ ପାହାଡ କୁ ଚୋରାଇ ନେବା କୁ ଯାଇ ଥିବା ବେଳେ ତାହାର ନଜର ପଡ଼ିଥିଲା ପୁଷ ଉପରେ। ପୁଷ କୁ ଦେଖି ୧୧ ବର୍ଷ ବୟସ୍କ ରୂପେସ ର ଦୟା ଆସିଥିଲା। ସେଠାରୁ ଧାଇ ଧାଇ ଆସି ଘର କୁ ଆସି ସମସ୍ତ କଥା କହିଥିଲ। ତୁରନ୍ତ ରୁପେଶ ର ବାପା ନରସିଂହ ଓ ମା ମଇନା ପୋଡ଼ାଗଡ ପାହାଡ କୁ ଯାଇ ପୁଷ୍ପ କୁ ଉଧାର କରି ଘରକୁ ଆଣିଥିଲେ। ତାକୁ ଭଲ ଭାବେ ଗାଧେଇବା ସହ ପିନ୍ଧିବା ପାଇଁ ନୂଆ ଲୁଗା ଦେଇଥିଲେ ଓ ଖାଇବାକୁ ଦେଇ ଆଶ୍ରୟ ଦେଇ ଥିଲେ। କାଳେ ପୁଷ କୁଆଡେ ଚାଲି ଗଲେ ଆଇନ ତାଂକୁ ହଇରାଣ କରିବ ବୋଲି ଖ।ଣ୍ଡା ସରପଂଚଙ୍କୁ ଜଣାଇ ଥିଲେ। ତେବେ ଖ।ଣ୍ଡା ସରପଂଚ ବିଭିନ୍ନ ସୋସିଆଲ ମିଡ଼ିଆ ରେ ପୁଷ ର ଫୋଟ ପୋଷ୍ଟ କରିବା ପରେ ଜଣା ପଡିଥିଲା ଏହ।ର ଘର ନାଗର। ଡଙ୍ଗରି ବୋଲି ଜଣା ପଡିଥିଲା। ତେବେ ପୁଷ ର ବଡ ବାପା କାଲି ୧ ଜୁନ ଦିନ ଆସି ପୁଷ କୁ ନେଇ ଗାଁ କୁ ଚାଲି ଯାଇ ଥିଲେ।।ତେବେ ଆଜି ପୁଣି ପୁଷ ର ମୁ ଲାଳନ ପାଳନ କରି ପାରିବି ନାହିଁ କହି ପୁଣି ଦେଓ ପୁର ଆଣି ନରସିଂହ ଘରେ ଛାଡ଼ି ଚାଲି ଯାଇଛନ୍ତି। ତେବେ ପୁଷ କୁ ଦେଖି ନରସିଂହ ପରିବାର ଖୁସି। ପୁଷ କେବଳ ମଇନା ଙ୍କ ସହ ହି କଥା ବାର୍ତ୍ତା କରିଥାଏ ଓ ଅତି ସୁନ୍ଦର ଓ ସ୍ପଷ୍ଟ ଭାବେ ଓଡ଼ିଆ ଓ ହିନ୍ଦୀ ରେ କଥା ହେଇ ପରିବା ସହ ମଧ୍ୟ ଲେଖି। ପାରୁଛି ବୋଲି କୁହନ୍ତି ଲାଲନ ପାଳନ କରୁଥିବା ମଇନା ହରିଜନ। କିନ୍ତୁ ତାର ଲାଳନ ପାଳନ ନେଇ ଚିନ୍ତା ରେ ପଡି ଯାଇଛନ୍ତି ନରସିଂହ। କାରଣ ନରସିଂହ ଜଣେ ଦିନ ମଜୁରୀଆ ଭାବେ କାର୍ଯ୍ୟ କରନ୍ତି।ଯଦି ପୁଷ କୁ ଆଶ୍ରୟ ନ ଦେବେ ତା ପ୍ରତି କିଛି ଅଘଟଣ ଘଟିବ ସେଥି ନେଇ ନରସିଂହ ସ୍ଥାନୀୟ ଅଙ୍ଗନ୍ ୱାଡି କର୍ମୀ ଙ୍କ ଉପସ୍ଥିତି ରେ ଲେଖା ଲେଖି କରି ଘରେ ରଖିଛି। ନରସିଂହ ଙ୍କ ୨ ପୁଅ ଓ ଗୋଟିଏ ଝିଅ। ଝିଅ କୁ ବାହା କରି ସାରିଛି। ତେବେ ନରସିଂହ ଙ୍କ ଆର୍ଥିକ ଅବସ୍ଥା ଯାହା ପୁଷ ର ଲାଳନ ପାଳନ କରିବା କଷ୍ଟ।।ତୁରନ୍ତ ଏହି ଝିଅ ର ଲାଳନ ପାଳନ ଓ ଚିକିତ୍ସ। ଦାୟିତ୍ଵ ଜିଲ୍ଲା ପ୍ରଶାସନ ହାତକୁ ନେଉ ବୋଲି ସ୍ଥାନୀୟ ୱାର୍ଡ ମେମ୍ବର ସିନ୍ଧୁ ସ।ନ୍ତ। ଜିଲ୍ଲାପାଳ ଙ୍କ ନିକଟରେ ଦାବୀ କରିଛନ୍ତି। ଏହି ଘଟଣା ରୁ ଜଣା ପଡିଛି ଏବେ ବି ବଞ୍ଚି ରହିଛି ମାନବିକତା।ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିକଳ।ଙ୍କ ମାନଂକ ପାଈଁ ମାଳ ମାଳ ଯୋଜନା ରହି ଥିବା ବେଳେ ସରକାରି ବାବୁ ମାନଂକ ଦୃଷ୍ଟି କାହିଁକି ପୁଷ ପ୍ରତି ପଡ଼ିଲା ନାହି ତାହା ସମସ୍ତ ଙ୍କୁ ଚକିତ କରୁଛି।:-(ଏମ.ଦିନା°ଶୁ ଆଚାରୀ)

You may have missed