July 3, 2024

ଗୋପ ଅଞ୍ଚଳର ସୁନାମଧନ୍ୟ ଗୁରୁଜୀ କୋଚିଙ୍ଗ ସେଣ୍ଟରକୁ ବଡ ସଫଳତା l ( ଗୋପ ବ୍ଲକ ର ଟପର ଆଖ୍ୟା ଅର୍ଜନ କରିଛନ୍ତି ସାଇ ସୁମେଧା ଭୋଳ ..

Share

 

ଗୋପ :-  ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଗଣେଶ୍ବପୁର ର ଲଷ୍ମୀ ବଜାର ଠାରେ ଦୀର୍ଘ ବର୍ଷଧରି ଗୁରୁକୁଳ ସଦୃଶ ଏକ ଶିକ୍ଷାନୁଷ୍ଠାନ ଟି ଏବେ ସମଗ୍ର ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଛି l ସେଥିପାଇଁ ତ ଅବିଭାବକ ଓ ଛାତ୍ର ଛାତ୍ରୀ ଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଧୁ ପାଲଟିଛି ଗୁରୁଜୀ କୋଚିଙ୍ଗ ସେଣ୍ଟର l ଏଠାରେ ଓଡ଼ିଆ ଓ ଇଂରାଜୀ ମିଡିୟମରେ ଛାତ୍ରୀ ଛାତ୍ରୀଙ୍କୁ 18 ଗୁରୁଜୀ ଗୁରୁମା ଙ୍କ ଦ୍ଵାରା ଶିକ୍ଷାଧାନ କରାଯାଇଥାଏ l ଗୁରୁଜୀ କୋଚିଙ୍ଗ ସେଣ୍ଟର ରେ ପ୍ରତିବର୍ଷ ସ୍କୁଲ ପାଠ୍ୟକ୍ରମ ବ୍ୟତୀତ ବିଭିର୍ନ ପରୀକ୍ଷାରେ ଏକାଧିକ ଛାତ୍ର ଛାତ୍ରୀମାନେ ସଫଳତାର ସହିତ କୃତକାର୍ଯ୍ୟ ହୋଇଥାନ୍ତି l ବିଗତ ୩ ବର୍ଷଧରି ଓଡିଶା ଆଦର୍ଶ ବିଦ୍ୟାଳୟ ର ଚୟନ ପରୀକ୍ଷାରେ ସତ ପ୍ରତିଶତ ପିଲାମାନେ କୃତକାର୍ଯ୍ୟ ହେବା ସହିତ ଜବାହାର ନବଦାୟ ବିଦ୍ୟାଳୟ ପାଇଁ ମଧ୍ୟ ପ୍ରତିବର୍ଷ ଉକ୍ତ ଶିକ୍ଷାନୁଷ୍ଠାନ ରୁ ଛାତ୍ର ଛାତ୍ରୀ ମାନେ କୃତକାର୍ଯ୍ୟ ହୋଇଥାନ୍ତି l ଠିକ ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଗୋପ ବ୍ଲକ ରୁ ମୋଟ 16 ପିଲା A-1 ରେ କୃତକାର୍ଯ୍ୟ ହୋଇଥିବାବେଳେ ସେଥିମଧ୍ୟରୁ ଗୁରୁଜୀ କୋଚିଙ୍ଗ ସେଣ୍ଟରରୁ 7 ଜଣ ଛାତ୍ର ଛାତ୍ରୀ ଏ – 1 ରେ କୃତକାର୍ଯ୍ୟ ହୋଇ ଗୋପ ବ୍ଲକ ର ଟପର ଆଖ୍ୟା ଅର୍ଜନ କରିଛନ୍ତି l ଯାହାଫଳରେ କୀ ଗୋପ ଅଞ୍ଚଳର ସମସ୍ତ ଅବିଭାବକ ଓ ଶିକ୍ଷାବିତ୍ମାନଙ୍କ ପକ୍ଷରୁ ସାଧୁବାଦ ଜ୍ଞପନ କରିଛନ୍ତି l ଚଳିତ ମାଟ୍ରିକ ପରୀକ୍ଷାରେ ଏ – 1 ହାସଲ କରିଥିବା ଛାତ୍ର ଛାତ୍ରୀ ମାନେ ହେଲେ :- ଗଣେଶ୍ବପୁର ବାଳିକା ଉଚ୍ଚ ବିଦ୍ୟାଳୟ ର ସାଇ ସୁମେଧା ଭୋଳ ଗୋପ୍ ବ୍ଲକ୍ ରେ ସର୍ବାଧିକ ୫୬୯ ନମ୍ବର ରଖି ବ୍ଲକ୍ ଟପ୍ପର ହୋଇଥିବା ବେଳେ, ଗୋପ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ଅନନ୍ୟା ସେନାପତି ୫୬୪ , ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ମାଟିଆଖାତ ର ଛାତ୍ରୀ ଜ୍ୟୋତିର୍ମୟୀ ସ୍ଵାଇଁ 557, ଗୋପ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ର ଛତ୍ର ଆଶୁତୋଷ ସେନାପତି ୫୫୨, ଗୋପ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ର ଛାତ୍ର ବିଶ୍ଵପ୍ରିୟ ନନ୍ଦ ୫୪୯, ଗୋପ ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ସନମ ଜଗଦୀଶ ପଣ୍ଡା ୫୪୨, ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ମାଟିଆଖାତ ର ଛାତ୍ର ଶୁଭ ସଙ୍କଳ୍ପ ରଥ ୫୪୦ ନମ୍ବର ରଖି ସମସ୍ତ ୭ ଜଣ ହିଁ ଗୁରୁଜୀ କୋଚିଙ୍ଗି ସେଣ୍ଟର ର ଛାତ୍ର ଛାତ୍ରୀ ଅଟନ୍ତି l ପିଲାମାନେ ଗୁରୁଜୀ କୋଚିଙ୍ଗି ସେଣ୍ଟର କୁ ସମସ୍ତ ଶ୍ରେୟ ଦେଇଥିବା ସ୍ଥଳେ ଅନ୍ୟ ଗୁରୁଜୀ ଗୁରୁମା ସମେତ ପିତାମାତା ଏବଂ ସ୍କୁଲ ର କରିପକ୍ଷ ଦେଇଛନ୍ତି l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)