ସକାଳର ଖବର

╭───────────────────╮
, ୦୩-ଜୁନ-୨୦୨୩, ଶନିବାର
╰───────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
୧-ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ହେବାକୁ ଥିବା ପୂର୍ବପ୍ରସ୍ତୁତି ଓ ସ୍ୱତନ୍ତ୍ର ନୀତି ପାଇଁ ଗତକାଲି ରାତି ୧୦ଟାରୁ ଆଜି ଦିନ ୨ଟା ଯାଏଁ ୧୬ ଘଣ୍ଟା ଧରି ସାଧରଣ ଲୋକଙ୍କ ପାଇଁ ଠାକୁର ଦର୍ଶନ ବନ୍ଦ ରହିବ।
୨-ଓଜେଇଇ-୨୦୨୩ ପରୀକ୍ଷାଫଳ ପ୍ରକାଶିତ l ମୋଟ ୪୮ ହଜାର ୭୮୩ ଛାତ୍ରଛାତ୍ରୀଙ୍କୁ ମିଳିଲା ରାଙ୍କ l
୩-ବାଲେଶ୍ୱର ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଓଲଟି ପଡ଼ିଛି ବଗି । ସବୁ ଚିନ୍ଛତ୍ର । ଏବେ ସୁଦ୍ଧା ୨୩୩ ଜଣଙ୍କ ମୃତ୍ୟୁ ସୂଚନା । ୯୦୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ବୋଲି ଜଣାପଡିଛି, ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।
୪-ବାଲେଶ୍ଵର ବାହାନଗା ଷ୍ଟେସନ୍ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ l ମୃତାହତଙ୍କ ପ୍ରତି ସହାୟତା ଘୋଷଣା , ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା ଘୋଷଣା , ଗୁରୁତର ଆହତଙ୍କୁ ମିଳିବ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର l
୫-ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଯୋଗୁଁ ଦୁର୍ଘଟଣାରେ ୪ ଜଣ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
୬-ସ୍ନାନଯାତ୍ରାରେ ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ, ଆଜିଠାରୁ ଟ୍ରାଫିକ୍ କଟକଣା ହେବ ଲାଗୁ l
୭-ଏଣିକି ଇ-ସ୍କୁଟର କିଣିବା ହେବ ସହଜ, ଏସଏଚଜି ମହିଳା ଦେବେନି ଡାଉନପେମେଣ୍ଟ l ଆସନ୍ତା ୧୬ ତାରିଖରୁ ଏସଏଚଜି ମହିଳାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ହେବ ଛାଡ଼ l
୮-ଜୁନ୍ ୧୭ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା ଓ ଜୁନ୍ ୨୨ରେ ବିଜେପି ସଭାପତି ଜେପି ନଡ୍ଡା l ମହାଜନସମ୍ପର୍କ ଅଭିଯାନରେ ଦେବେ ଯୋଗ l
୯-ଶ୍ରୀଲଙ୍କାର ଅଭିଯୋଗ, ଭାରତୀୟ ଆଇଡ୍ରପ୍ ଦ୍ବାରା ୩୫ ଲୋକଙ୍କ ଆଖିରେ ହୋଇଛି ସଂକ୍ରମଣ l ଭାରତରେ ଯାଞ୍ଚ ହେଲେ ଆରମ୍ଭ l
୧୦-ଟେଲିଭିଜନ ସିରିୟଲ ‘ମହାଭାରତ’ରେ ମାମାଶ୍ରୀ ଶକୁନି ଭୂମିକାରେ ଅଭିନୟ କରି ପ୍ରଶିଦ୍ଧି ଅର୍ଜନ କରିଥିବା ଅଭିନେତା ଗୁଫି ପେଣ୍ଟଲ ଅସୁସ୍ଥ, ହସ୍ପିଟାଲରେ ହେଲେ ଭର୍ତ୍ତି l
୧୧-କର୍ଣ୍ଣାଟକ ରେ ଚଳିତ ଆର୍ଥିକ ବର୍ଷରୁ ମହିଳାଙ୍କୁ ମିଳିବ ମୁଣ୍ଡପିଛା ୨ ହଜାର ଟଙ୍କା, ବସ୍ ଯାତ୍ରା ମାଗଣା l ଏ ନେଇ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଦେଲେ ସୂଚନା l
୧୨-କେରଳର କୋଟ୍ଟାୟମ ଜିଲ୍ଲାର ଏକ ଛୋଟିଆ ପଡ଼ାରେ ଶୁଭୁଛି ରହସ୍ୟମୟ ଭୂତଳ ଶବ୍ଦ, ଘଟଣାସ୍ଥଳ ଯାଞ୍ଚ କରିବେ ବିଶେଷଜ୍ଞ l
୧୩-ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୨ରେ ଆମେରିକୀୟ କଂଗ୍ରେସର ମିଳିତ ବୈଠକକୁ କରିବେ ସମ୍ବୋଧିତ l
୧୪-କୁନୋ ନ୍ୟାସନାଲ ପାର୍କରୁ ବାହାରକୁ ଚାଲି ଗଲା ଚିତା ଆଶା l ବନ ବିଭାଗ କର୍ମଚାରୀଙ୍କ ବଢିଲା ଚିନ୍ତା l
୧୫-କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ଲୋଡି ରାଜ୍ୟରୁ ରାଜ୍ୟକୁ ବୁଲୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଝାଡଖଣ୍ଡରେ ପହଁଚି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କଠୁ ଲୋଡିଲେ ସମର୍ଥନ l
୧୬-ଚୀନ୍କୁ ସୀମରେ ପ୍ରତିହତ କରିବା ସହ ନିଜ ସୀମାର ସୁରକ୍ଷା ପାଇଁ ଭାରତ ଦୃଢ ପ୍ରତିବଦ୍ଧ ଥିବା ଆମେରିକାର ପୂର୍ବତନ ବିଦେଶ ମନ୍ତ୍ରୀ (Former US state secy) ମାଇକ୍ ପମ୍ପିଓ ଭାରତ କୁ ଭୁରି ଭୁରି କଲେ ପ୍ରଶଂସା l
୧୭-ଉଗ୍ର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ, ୟୁକ୍ରେନର ଘନ ଘନ ଆକ୍ରମଣ ପରେ ରକ୍ତମୁଖା ରୁଷ କରୁଛି ମିସାଇଲ ମାଡ l ସମଗ୍ର ୟୁକ୍ରେନରେ ଗତକାଲି ଦେଶସାରା ହାଇଆଲର୍ଟ ହେଲା ଜାରି l
୧୮-କୋଲୋରାଡୋ ମଞ୍ଚରେ ବାୟୁସେନା ସମାରୋହରେ ସାର୍ଟିଫିକେଟ ପ୍ରଦାନ କରି ଫେରୁଥିବା ବେଳେ ଝୁଣ୍ଟି ପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ l ପୂରା ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି l
୧୯-ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଖାଦ୍ୟ ଯୋଗାଡ କରିବାକୁ ବି ନାହିଁ ପଇସା, ସେପଟେ ଋଣ ଦେବା ପାଇଁ ମନା କରିଦେଲା ଆଇଏମଏଫ l
୨୦-ମହିଳା କ୍ରିକେଟରଙ୍କୁ ଜୀବନସାଥୀ କରିବେ କ୍ରିକେଟର ଋତୁରାଜ ଗାଏକୱାଡ୍, ଜୁନ ୪ରେ ଉତ୍କର୍ଷାଙ୍କୁ କରିବେ ବିବାହ l
ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।
ଆଜି ଚିତ୍ରାଙ୍କନ ଦିବସ ll
ଆଜି କଇଁଛ ଦୌଡ଼ ଦିବସ ll
ଆଜି ବିଶ୍ୱ ଚକ୍ର ଦିବସ ll
ଆଜି ଜାତୀୟ କଳା ଭାଲୁ ଦିବସ ll
ଆଜି ଜାତୀୟ ଅଣ୍ଡା ଦିବସ ll
ଆଜି ଜାତୀୟ ପରିବାର ମନୋରଞ୍ଜନ ଦିବସ
(ଜୁନ୍ ର ପ୍ରଥମ ଶନିବାର) ll
ବି. ଦ୍ର : ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଟାଣ ଖରାରେ ବାହାରକୁ ବହାରନ୍ତୁ ନାହିଁ । ସାଙ୍ଗରେ ଛତା, ଗାମୁଛା ଏବଂ ପାଣି ବୋତଲ ଧରି ଯାଆନ୍ତୁ । ସଜାଗ ହୁଅନ୍ତୁ ଅଂଶୁଘାତ ରୁ ରକ୍ଷା ପାଆନ୍ତୁ ।।
ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll