March 11, 2026

ଜଗତସିଂହପୁର ଅମଲା ମଞ୍ଚର କାର୍ଯ୍ୟବନ୍ଦ ଆନ୍ଦୋଳନ

IMG-20230603-WA0000
Share

ଜଗତସିଂହପୁର ଅମଲା ମଞ୍ଚର କାର୍ଯ୍ୟବନ୍ଦ ଆନ୍ଦୋଳନ
++++++++++////+++++++
ଜଗତସିଂହପୁର :-02/06/23
ଗତ ମେ ମାସ 22 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ନିଜର ଦରମା ବୃଦ୍ଧି କରିବାର ଦାବୀ ନେଇ,ଜିଲ୍ଲାର କନିଷ୍ଠଯନ୍ତ୍ରୀ ମିଳିତ ମଞ୍ଚର ସହକର୍ମୀ ମାନେ କଳା ବ୍ୟାଚ ପିନ୍ଧି ଭିନ୍ନ ଧରଣର ପ୍ରତିବାଦ ଆନ୍ଦୋଳନ କରି ଆସୁଥିଲେ ! ଯେବେ ଦାବୀ ପୂରଣ ନହୁଏ ତେବେ ମିଳିତ ଅମଲାମଞ୍ଚ ଆନ୍ଦୋଳନକୁ ଓଲ୍ହାଇବ ବୋଲି ସରକାରଙ୍କୁ ଚେତାବନୀ ଦେଇଥିଲେ !ମାତ୍ର ଜୁନ ପହିଲା ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଯାଇଛି ! ଏହି ଆନ୍ଦୋଳନର ଦାୟିତ୍ୱ ବହନ କରିଥିଲେ ମିଳିତ ଅମଲାମଞ୍ଚର ଆବାହକ ବିନୋଦ ବିହାରୀ ରଥ ଏବଂ ଅଧ୍ୟକ୍ଷ ବୈଷ୍ଣବ ଚରଣ ଦାସ ! ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ,9ଦଫା ଦାବୀ ସହ ପ୍ରତିବାଦ ପୂର୍ବକ ଆନ୍ଦୋଳନ କରାଯାଇଛି ! ମାଟ୍ରିକ ସହିତ ସ୍ନାତକ ଓ କମ୍ପ୍ୟୁଟର ଜ୍ଞାନଥାଇ ଶିକ୍ଷାଗତ ଯୋଗ୍ୟତାନୁସାରେ କନିଷ୍ଠ ଓ ବରିଷ୍ଠ ଭିତ୍ତିରେ 42 ଶହରୁ 9 ହଜାର ତିନିଶହ ଦରମା ଏଯାଏ ହୋଇ ପାରିନାହିଁ ! ରାଜ୍ୟ ଆମଲାତନ୍ତ୍ର ର ମିଳିତ ମଞ୍ଚ ବାରମ୍ବାର ସରକାରଙ୍କ ଦୃଷ୍ଟି ଗୋଚର କରିଥିଲେ ମଧ୍ୟ ତାହା ସଫଳ ହୋଇପାରିଲା ନାହିଁ ! ତେଣୁ ରାଜ୍ୟ ମିଳିତ ମଞ୍ଚର ଆହ୍ୱାନରେ ଜିଲ୍ଲାର ଅମଲାମଞ୍ଚ ଆନ୍ଦୋଳନକୁ ଓଲ୍ହାଇଛି ବୋଲି ମିଳିତ ମଞ୍ଚର ଉପାଧ୍ୟକ୍ଷ୍ୟ ଦୁର୍ଗା ପ୍ରସନ୍ନ ଦାସ ସୂଚନା ଦେଇଛନ୍ତି ! ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିବା ସହିତ ଦାବୀ ପୂରଣ ନହେବା ଯାଏ ବଳବତ୍ତର ରହିବ ବୋଲି ଜଣାଯାଇଛି !ଅମଲା ମଞ୍ଚର ଜିଲ୍ଲା ସଭାପତି ନିହାର ରଞ୍ଜନ ଦାସ, ମଧୁସ୍ମିତା ସାହୁ ସମ୍ପାଦକ ନଳିନୀକାନ୍ତ ଓଝା, ଶୁଭେନ୍ଦୁ ପ୍ରସାଦ ରାଉତ, ରଶ୍ମି ରଞ୍ଜନ ମନ୍ତ୍ରୀ, ପ୍ରିୟବ୍ରତ ରାୟ,ବିଶ୍ୱନାଥ ଗୁରୁ, ପ୍ରଣୟ କୁମାର ସ୍ୱାଇଁ, ଜିଲ୍ଲା ଉପାଧ୍ୟକ୍ଷ୍ୟ ମନୋଜ କୁମାର ମଲ୍ଲିକ, ନଳିନୀକାନ୍ତ ମଲ୍ଲିକ,ସୁଜାତା ମହାନ୍ତି, ମମତା ବାଳା ମହାପାତ୍ର,ସୁରେଶ ପରିଜା, ସନ୍ତୋଷ ନାୟକ ପ୍ରମୁଖ ଏହି ଆନ୍ଦୋଳନରେ ଜିଲ୍ଲାର ସବୁ ବ୍ଲକରୁ ଅମଲା ସହାୟକ ମାନେ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ ! ଦାବୀ ପୂରଣ ପାଇଁ ବିଭିନ୍ନ ନାରାବାଜି କରିବା ସହିତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ସ୍ଲୋଗାନ ଦେଇଥିଲେ ! ଦେଖିବାକୁ ରହିଲା ଅମଲା ମଞ୍ଚର ଦାବୀ ପୂରଣ ହେଉଛି ନା ଅଳ୍ପରେ ସନ୍ତୁଷ୍ଟ କଲାପରି ସରକାର ଅମଲା ସହାୟକ ମାନଙ୍କୁ ଭଣ୍ଡେଇ ଦେଉଛି ! ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !