March 8, 2026

ଶ୍ରୀ ଶନିଶ୍ଚର ମହାଗ୍ରହଙ୍କ ଜଳଛାୟା ଉତ୍ସବ ମହା ସମାରୋହରେ ପାଳିତ..

IMG-20250503-WA0056
Share

 

*ରାହାମା/କୁଜଙ୍ଗ ତା 03/05/2025*

କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିକଣି ଗ୍ରାମପଞ୍ଚାୟତ କାଳିକୁଦ ଗ୍ରାମ ନିକଟସ୍ଥ ଚୌଧୁରୀକୁଦ ନିକଟରେଥିବା ଗ୍ରାମଜଙ୍ଗଲ ମଧ୍ୟରେ ମହାନଦୀ ତଟଦେଶରେ ପ୍ରାକୃତିକ ସୁମନୋରମ ପରିବେଶରେ ସୋୟଂ ଆବ୍ରୀଭୁତ ଶ୍ରୀ ଶନିଶ୍ଚର ମହାଗ୍ରହ ପୂଜାପାଇ ଆସୁଛନ୍ତି।ଆଜି ଗ୍ରହରାଜ ଶ୍ରୀଶନିଶ୍ଚର ଙ୍କ ଜଳଛାୟା ଉତ୍ସବ ହଜାର ହଜାର ଭକ୍ତ ମାନଙ୍କଦ୍ୱାରା ଜଳାଧିବାସ କରିବାର ଦେଖିବାକୁ ମିଳିଛି। ଦୂରଦୁରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ପବିତ୍ର ମହାନଦୀରୁ ବ୍ରାହ୍ମ୍ୟ ମୁହୂର୍ତ୍ତ ଭୋର 4ଟାରୁ ଜଳାଯାତ୍ରା ଆରମ୍ଭ କରି ଗ୍ରହରାଜ ଶନିଙ୍କୁ ଜଳାଧିବାସ କରିବା ସହ ଚତୃପାସରେ ପୂଜାପାଉଥିବା ମା ମଙ୍ଗଳା, ମହାବୀର ହନୁମାନ, ନବଗ୍ରହ, ନାଗଦେବତାଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥିଲା।ପରିଚାଳନା ପରିଷଦ ତରଫରୁ ଏହି ଜଳଛାୟା ଉତ୍ସବକୁ ଆଧ୍ୟାତ୍ମିକମୟ କରିବା ଦିଗରେ ନାମଯଜ୍ଞ ଓ ଆଚାର୍ଯ୍ୟ ମାନଙ୍କ ଦ୍ୱାରା ହୋମ ଯଜ୍ଞର ଆୟୋଜନ ସହିତ ଶାନ୍ତି ଶୃଙ୍ଖଳା ଦିଗରେ ସଦସ୍ୟ ମାନଙ୍କ ତତ୍ପରତା ଓ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ଆନନ୍ଦ ବଜାରରେ ପ୍ରସାଦ ବିତରଣ ଖୁବ ପ୍ରଶଂସନୀୟ ଥିଲା। ହଜାର ହଜାର ଶ୍ରଦ୍ଧାଳୁ ମାନେ କିପରି ସାବଧାନ ଓ ସୁରକ୍ଷା ସହିତ ମହାନଦୀରୁ ଜଳ ଆଣି ଗ୍ରହରାଜ ଙ୍କୁ ଅଭିଷେକ କରିପାରିବେ ସେଥିପ୍ରତି ଯତ୍ନଶୀଳ ହେବା ଦିଗରେ କୁଜଙ୍ଗ ଅଗ୍ନିଶମ ଅଗ୍ନିସେବା ବାହିନୀ ଓ କୁଜଙ୍ଗଥାନା ର ପୋଲିସ ବନ୍ଧୁମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଆଜିର ଏହି ଉତ୍ସବ କୁ ସୁପରିଚାଳନା କରିବା ଦିଗରେ ଅନୁଷ୍ଠାନର ମୁଖ୍ୟ ସଂଯୋଜକ ଶ୍ରୀ ସଞ୍ଜୟ କୁମାର ସ୍ୱାଇଁ, ମନ୍ଦିର ପରିଚାଳକ ହେମନ୍ତ କୁମାର ମହାପାତ୍ର,ବରିଷ୍ଠ ଆଇନୀଜୀବୀ କୈଳାସ ଚନ୍ଦ୍ର ପରିଡା, ସମାଜସେବୀ ଡ଼କ୍ଟର ସୁନାକର ବେହେରା ଓ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ବ୍ୟବସାୟୀ ସରୋଜ କୁମାର ଦାସ,ସମିତିସଭ୍ୟ ନଟବର ବାରିକ,ସୁଲେଖ ବେହେରା, ତପନ କୁମାର ପରିଡା, ଆଶୁତୋଷ କଣ୍ଠ,ରଶ୍ମି ରଞ୍ଜନ ମହାପାତ୍ର,ବୁବୁ ନନା,ଅମ୍ବିକା ବିଶ୍ୱାଳ,ଡ଼ଃ ପ୍ରଶାନ୍ତ କୁମାର ମହାପାତ୍ର,ଖିରୋଦ ବେହେରା,କିଶୋର ବେହେରା,ଜପହରୀ ନାୟକ ଇତ୍ୟାଦି ସହଯୋଗ କରିଥିଲେ। ରିପୋର୍ଟ ଶାରଦା ପ୍ରସନ୍ନ ପରିଜା