Share

 

୧-ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳ, ଚଳିତ ବର୍ଷ ପାସ୍‌ ହାର ୯୪.୯୩%,ଏଥର ବି ପୁଅଙ୍କୁ ଟପିଲେ ଝିଅ,ପୁଅଙ୍କ ପାସ୍‌ ହାର ୯୪ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ୍‌ ହାର ରହିଛି ୯୬ ପ୍ରତିଶତ।

 

୨-ଆସନ୍ତା ମେ’ ୫ରେ ରାଜ୍ୟରେ ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ।

 

୩-୭ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା, ୨୨ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି।

 

୪-ଭୁବନେଶ୍ୱର:ବରିଷ୍ଠ ଆଇପିଏସଙ୍କୁ ନୂଆ ଦାୟିତ୍ବ; ଜେଲ୍ ଡିଜି ହେଲେ ସୁଶାନ୍ତ ନାଥ।

 

୫-ଭଦ୍ରକ:ବାଧା ବିଘ୍ନ ସତ୍ତ୍ବେ ମାନିନଥିଲେ ହାର୍‌, ମାଟ୍ରିକ ପାସ୍ କରି ଦେଖାଇଲେ ୯ କିନ୍ନର।

 

୬-ଭୁବନେଶ୍ୱର:୧୯ଟି ପ୍ରକଳ୍ପ ପାଇଁ ୩,୮୯୮.୫୪ କୋଟି ଟଙ୍କାର ନୂତନ ନିବେଶକୁ ଅନୁମୋଦନ, ସୃଷ୍ଟି ହେବ ୭,୪୬୪ରୁ ଅଧିକ ନିଯୁକ୍ତି ସୁଯୋଗ।

 

୭-ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ, ଲଗାତାର ୧୮ବର୍ଷ ଧରି କିସ୍‌ର ଶତ ପ୍ରତିଶତ ସଫଳତା।

 

୮-ଜୟପୁର:ପୋଲିସ ପଞ୍ଝାରେ ବାଇକ ଲୁଟେରା, ୩୧ଟି ଚୋରି ବାଇକ ଜବତ।

 

୯-ଚଳିତ ରଥଯାତ୍ରା ହେବ ଆହୁରି ଶୃଙ୍ଖଳିତ: ପାର୍କିଂସ୍ଥଳ ଜଗିବେ ଘରୋଇ ସୁରକ୍ଷା କର୍ମୀ, ଖର୍ଚ୍ଚ ହେବ ୧୪ ଲକ୍ଷ ଟଙ୍କା।

 

୧୦-କଟକ ସହର ଉପକଣ୍ଠରେ ମାତିଛନ୍ତି ବାଲି ମାଫିଆ, ବେଆଇନ ଭାବେ ଚାଲାଣ ହେଉଛି ଶହ ଶହ ଟ୍ରିପ୍ ବାଲି।

 

୧୧-କୋରାପୁଟ:ମହଙ୍ଗା ପଡ଼ିଲା ଲାଞ୍ଚ ଟଙ୍କା ନେବା, ଭିଜିଲାନ୍ସ ଜାଲରେ ପଡ଼ିଲେ ସିଡିପିଓ ଶକୁନ୍ତଳା ଦାସ ଏବଂ ଅଙ୍ଗନବାଡ଼ି କର୍ମୀ ମିନତି ଖୋସଲା।

 

୧୨-ଭୁବନେଶ୍ୱର:୧୦ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ୍ ଶାହା।

 

୧୩-ହାଇଦ୍ରାବାଦ: ବୃଦ୍ଧ ଦମ୍ପତିଙ୍କ ପାଇଁ ରାସ୍ତାରେ ବିଚାରପତିଙ୍କ ଶୁଣାଣୀ, ମାମଲା ରଫାଦଫା, ଅଭିଯୁକ୍ତ ଦମ୍ପତି ଦୋଷ ମୁକ୍ତ।

 

୧୪-ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ: ମୁହଁ ଖୋଲିଲେ ପୁରୀ ଦଇତାପତି କହିଲେ, ପୁରୀ ଛଡ଼ା ଆଉ କେଉଁଠି ବ୍ରହ୍ମ ନାହିଁ।

 

୧୫-IPL: ହାଇଦ୍ରାବାଦକୁ ହରାଇ ଦ୍ବିତୀୟ ସ୍ଥାନରେ ଗୁଜରାଟ।

 

୧୬-ପ୍ରତିଶୋଧ ଲକ୍ଷ୍ୟରେ ଆଜି ଚେନ୍ନାଇ;ଆଜି କୋହଲି -ଧୋନି ମୁକାବିଲା।

 

୧୭-ଚର୍ଚ୍ଚାରେ ଶିଖର ଧୱନ; ପତ୍ନୀଙ୍କଠାରୁ ଅଲଗା ହେବା ପରେ ଏବେ ପଡ଼ିଛନ୍ତି ବିଦେଶିନୀଙ୍କ ପ୍ରେମରେ।

 

୧୮-ବାୟୁସେନାର ସମରାଭ୍ୟାସ: ଗଙ୍ଗା ଏକ୍ସପ୍ରେସୱେରେ ଦମ୍‌ ଦେଖାଇଲେ ମିରାଜ, ରାଫେଲ, ସୁଖୋଇ ଓ ଜାଗୁଆର, ପାକିସ୍ତାନ ଛାନିଆ।

 

୧୯-ଏନ୍‌ଆଇଏ ତଦନ୍ତ ରିପୋର୍ଟରେ ସାଂଘାତିକ ତଥ୍ୟ, ଆଇଏସଆଇ ନିର୍ଦ୍ଦେଶରେ ପହଲଗାମରେ ଆକ୍ରମଣ କରିଥିଲେ ଲସ୍କର ଆତଙ୍କୀ।

 

୨୦-ଦିଲ୍ଲୀ:ହାନିଆ ଆମିର-ମାହିରା ଖାନଙ୍କ ପରେ, ଆତିଫ ଅସଲମ ସମସ୍ୟାରେ, ଭାରତରେ ତାଙ୍କ ୟୁଟ୍ୟୁବ୍-ଇନଷ୍ଟାଗ୍ରାମ ଆକାଉଣ୍ଟ ବ୍ୟାନ୍ ।

 

୨୧-ଭାରତ ସହ ସମ୍ଭାବ୍ୟ ଯୁଦ୍ଧକୁ ନେଇ ପାକିସ୍ତାନର ପୂର୍ବ ପ୍ରସ୍ତୁତି, ୨ ମାସ ଖାଦ୍ୟ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଲେ ପିଓକେ ପ୍ରଧାନମନ୍ତ୍ରୀ।

 

୨୨-ଆର୍ଜେଣ୍ଟିନାରେ ଛାତିଥରା ଭୂମିକମ୍ପ; ୭.୪ ତୀବ୍ରତାରେ ଥରିଲା ଉପକୂଳବର୍ତ୍ତୀ ଅଞ୍ଚଳ।