ରାତିଅଧିଆ ବଳାତ୍କାର ଉଦ୍ୟମ କରି, ଜେଲ ଗଲେ କାମୁକ ଯୁବକ……
ତିର୍ତ୍ତୋଲ ଜଣେ ଦଳିତ ତେଲଗୁ ସମ୍ପ୍ରଦାୟର ବିବାହିତା ମହିଳା ଙ୍କ ଝୁମ୍ପୁରୀ ଘରେ ପଶି, ତାଙ୍କୁ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗରେ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକ ପୁର ପଞ୍ଚାୟତ, କନକ ପୁର ଶାସନ ଗ୍ରାମର ଗୋଲକ ଦାସ ଙ୍କ ପୁଅ ଚିତ୍ତରଞ୍ଜନ ଦାସ, ଓରଫ୍ ଚାଙ୍ଗୁଆ କୁ କନକପୁର ଫାଣ୍ଡି ପୋଲିସ ଗିରଫ କରି, କୋର୍ଟ ଚାଲାଣ କରିଛନ୍ତି । କୋର୍ଟ ରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ, ଆସାମୀକୁ ଜଗତସିଂହପୁର ଆଳିପିଙ୍ଗଳ ର ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି । ଖବର ଅନୁଯାଇ ଗତ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ, ଚାଙ୍ଗୁଆ ମାତ୍ରାଧିକ ମଦ୍ୟପାନ କରି, ନିଶାସକ୍ତ ଅବସ୍ଥାରେ, କନକପୁର ପଞ୍ଚାୟତ ଅଫିସ ସମ୍ମୁଖସ୍ଥ ବସନ୍ତ ବଗିଚାରେ, ଅସ୍ଥାୟୀ ବସ୍ତି ରେ କିଚ୍ଛି ତେଲଗୁ ସମ୍ପ୍ରଦାୟର ଦୀନ ମଜୁରିଆ ବରଡା ଛପର ଘରେ ବସ ବାସ କରି ଆସୁଥିଲେ । ଗତ ମଙ୍ଗଳବାର ଦିନ ରାତି ୨ଟା ବେଳେ ନିଶାସକ୍ତ ଓ କାମୁକ ଯୁବକ ଚାଙ୍ଗୁଆ, ଆରତୀ (ଛଦ୍ମନାମ)ନାମ୍ନୀ ଜଣେ ବିବାହିତ ମହିଳା ଙ୍କୁ ବଳାତ୍କାର ଉଦ୍ୟମ କରିବା ସମୟରେ, ପାଟିଶୁଣି ବସ୍ତି ବାସିନ୍ଦାମାନେ, ଚାଙ୍ଗୁଆ କୁ ଧରିଥିଲେ । ଏବଂ ରାସ୍ତାକଡ ରେ ଥିବା ଏକ ଗଛରେ ବାନ୍ଧି ପକାଇ ନିସ୍ତୁକ ମାଡ ମାରିଥିଲେ ! ବୁଧବାର ସକାଳୁ, ଖବର ପାଇ, କନକପୁର ପୋଲିସ ଫାଣ୍ଡି ର ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ , ଘଟଣା ସ୍ଥଳରେ ପହଞ୍ଚି ଚାଙ୍ଗୁଆ କୁ ଉଦ୍ଧାର କରିବା ସହିତ ତାକୁ ପୋଲିସ ହେପାଜତକୁ ନେଇ , ଅଟକ ରଖିଥିଲେ । ଅଭିଯୋଗ କାରିଣୀ ଆରତୀର ଏତେଲା ଉପରେ ତଦନ୍ତ କରିବା ପରେ ଆସାମୀ ଚିତ୍ତରଞ୍ଜନ ଦାସ ଓରଫ୍ ଚାଙ୍ଗୁଆ ନାମରେ କେସ ନମ୍ବର ୨୦୮/ ୨୪ ରେ ଦଫା – ୪୦୭/୩୫୪.ଏ/ ,୫୦୬/୩୦ ଓ ୨୯୪ ଆଇ, ପି, ସି , ଦଫା ଲଗାଇ ତାକୁ କୋର୍ଟ ଚାଲାଣ କରିଥିଲେ । ସେଠାରେ ତାର ଜାମିନ ନାମଞ୍ଜୁର ହେବାରୁ, ତାକୁ ବିଚାର ବିଭାଗୀୟ ହାଜତ କୁ ପଠାଇ ଦିଆଯାଇଛି ।
(ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର)