ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ବର୍ଷର ବିଦ୍ୟାର୍ଥୀ ମାନେ ଦ୍ୱିତୀୟ ବର୍ଷର ବିଦ୍ୟାର୍ଥୀ ମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଭାଗୀୟ ମୁଖ୍ୟ ଡ଼.ଗଣେଶ ସେଠୀ, ଡ଼.ବନ୍ଦିତା କୁମାରୀ ପଣ୍ଡା,ଡ଼.ଜୟନ୍ତ କୁମାର ପଣ୍ଡା,ଡ଼.ଚିନୁ ଵୋହିଦାର,ଡ଼.ଅଗ୍ନି କୁମାର ବେହେରା,ଡ଼.ସୌରଭ ସେଠ୍, ଡ଼. ମିହିର କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ବିଦାୟୀ ବିଦ୍ୟାର୍ଥୀଙ୍କୁ ଭଲ ମଣିଷ ଟିଏ ହେବା ପାଇଁ ପରାମର୍ଶ ଦେଇଥିଲେ । ଦ୍ୱିତୀୟ ବର୍ଷର ସମସ୍ତ ବିଦ୍ୟାର୍ଥୀ ମାନେ ଏହି ଦୁଇ ବର୍ଷ ମଧରେ ବିତି ଥିବା ସ୍ମୃତି ଗୁଡିକୁ ମନେ ପକାଇଥିଲେ ।ପ୍ରଥମ ବର୍ଷର ବିଦ୍ୟାର୍ଥୀ ମାନେ ଦ୍ୱିତୀୟ ବର୍ଷ ବିଦ୍ୟାର୍ଥୀ ମାନଙ୍କ ବିତିଥିବା ଦୁଇବର୍ଷ ମଧ୍ୟରେ ପୁରୁଣା ଫୋଟ ଗୁଡିକୁ ସଂଗ୍ରହ କରି ପ୍ରୋଜେକ୍ଟର ମାଧ୍ୟମରେ ଦେଖାଇଥିଲେ ।ଏହିଫୋଟୋ ସବୁଗୁଡିକୁ ଦେଖି ଦ୍ୱିତୀୟ ବର୍ଷର କିଛି ବିଦ୍ୟାର୍ଥୀ ଭାବବିହୁଳ ହୋଇଯାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଜୁପିଟର୍ ସତ୍ପତି ଓ ଆଦିତ୍ୟ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଜୁପିଟର୍ ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ପରେ ଏକ ରଙ୍ଗା ରଙ୍ଗ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ନିଜ ନିଜର ପ୍ରତିଭା ଓ କଳା କୁ ପ୍ରଦର୍ଶନ କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ପ୍ରଥମ ବର୍ଷର ସମସ୍ତ ବିଦ୍ୟାର୍ଥୀ ସହଯୋଗ କରିଥିଲେ ।