ଡକାୟତି ଯୋଜନା ଫଣ୍ଡ ଚାରିଜଣ ଙ୍କୁ ଗିରଫ କରିଚି ଭଞ୍ଜନଗର ପୋଲିସ।

ଭଞ୍ଜନଗର —
ଗଞ୍ଜାମ ଭଂଜନଗର ଥାନା ନିକଟ ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ନିକଟରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଚାରି ଜଣକୁ ସନ୍ଦେହରେ ଅଟକ ରଖି ପଚରା ଉଚରା କରିବା ବେଳେ ଡକାୟତି ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା।ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ ସହ ଜୀବନ୍ତ ଗୁଳି ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଭଂଜନଗର ଥାନା ବାଞ୍ଚେଶ୍ୱରନଗର ଶଙ୍ଖସାହିର ବବୁଲୁ ନାଇକ, ଆକାଶ ନାଇକ, ଲଣ୍ଡେଇସାହିର ପି. ରୁଦ୍ରମଣୀ ରେଡ୍ଡୀ, ଅନ୍ୟଜଣେ ତାରାସିଙ୍ଗି ଥାନା ଢୋଲପିଟା ଗ୍ରାମର ବାପି ନାଇକ।ଅଭିଯୁକ୍ତଙ୍କ ନାମରେ ଦଫା ୨୯୬,୧୦୯, ୧୩୨,୩୫୧(୨)/୩(୫),ବେଆଇନ ପିସ୍ତଲ ରଖିବା, ବିଏନଏସ ୨୫(୧-ଏ) ଧାରାରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କଥା ଥାନା ଅଧିକାରୀ ଜୀବନାନନ୍ଦ ଜେନା ପ୍ରକାଶ କରିଛନ୍ତି।
ଭଂଜନଗର ରୁ ସୁକାନ୍ତ କୁମାର ନାୟକ ରିପୋର୍ଟ।