April 10, 2025

ଉମରକୋଟ ସହିଦ୍ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲ ର ନୂତନ ଅଧ୍ୟକ୍ଷା……

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନୂତନ ଅଧ୍ୟକ୍ଷା ଭାବେ ଶ୍ରୀମତୀ ଓଁ ପ୍ରଭା ସାହୁ ଉତ୍କଳ ଦିବସ ଅବସର ରେ ନୂତନ ଦାୟିତ୍ଵ ନେଇଛନ୍ତି। ଏହି ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ କବିତା ପାତ୍ର ମାର୍ଚ୍ଚ ମାସ ରେ ଅବସର ନେବା ପରେ, ଶ୍ରୀମତୀ ସାହୁ ଆ.ସି.ଏସ. ଇ. କାଉନସିଲ୍ ଦ୍ଵାରା ଅଧ୍ୟକ୍ଷା ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ଉଭୟ ଅର୍ଥଶାସ୍ତ୍ର ଓ ଗଣମାଧ୍ୟମ ରେ ସ୍ନାତକତ୍ତର ଅଟନ୍ତି। ଏହା ପୂର୍ବରୁ ସେ ଦୂରଦର୍ଶନ ଓଡ଼ିଆ ରେ କାର୍ଯ୍ୟରତ ଥିଲେ।

ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ର ସଭାପତି ଶ୍ରୀ ଜୟଦେବ ପରିଡ଼ା , ସମ୍ପାଦକ ଶ୍ରୀମତୀ ରାଜଲକ୍ଷ୍ମୀ ପରିଡ଼ା ନୂତନ ଅଧ୍ୟକ୍ଷା ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଏହି ସଭା ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ। ନୂତନ ଅଧ୍ୟକ୍ଷା ଙ୍କ ଦାୟିତ୍ଵ ନେବା ପରେ ଛାତ୍ର ଛାତ୍ରୀ ତଥା ଅଭିଭାବକ ସନ୍ତୋଷ ବ୍ୟକ୍ତ କରିବା ସହ ଏହି ସ୍ବାଗତ ଯୋଗ୍ୟ ପଦକ୍ଷେପ ନିମନ୍ତେ ପରିଚାଳନା କମିଟି କୁ ଧନ୍ୟବାଦ୍ ଜଣାଇଛନ୍ତି।