ଆଜିର ଖବର…

୧-ଶିଶୁ ବାଟିକା ପ୍ରବେଶ ଉତ୍ସବ: ବଡ଼ଗଡ଼ ହାଇସ୍କୁଲରେ ପିଲାମାନଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ।
୨-ଭୁବନେଶ୍ୱର:ରାସନ କାର୍ଡଧାରୀଙ୍କୁ ଖୁବଶୀଘ୍ର ଚାଉଳ ସହ ମିଳିବ ଗହମ।
୩-ସାରା ରାତି ଚାଲିଲା ସଂସଦ ଓ ବିଧାନସଭା,ଓ୍ବାକଫ୍ ସଂଶୋଧନ ବିଲ୍ ଲୋକସଭାରେ ଗୃହିତ, ଓଡ଼ିଆ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ପାରିତ।
୪-୫ ଲକ୍ଷ ୮୦ ହଜାର ଟଙ୍କା ଘୋଟାଲା,ବାଲେଶ୍ବର ଦୁର୍ଗାଦେବୀ ସମବାୟ ସମିତି ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ।
୫-ଭୁବନେଶ୍ୱର: ରାମନବମୀ ପାଇଁ ସଜେଇ ହେଉଛି ଶ୍ରୀରାମ ମନ୍ଦିର, ଭକ୍ତଙ୍କ ପାଇଁ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା।
୬-ଭୁବନେଶ୍ବର:ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ; ରଖିଥିଲେ ୧୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ୍।
୭-ଭୁବନେଶ୍ୱର:ରାଜ୍ୟରେ ୫ ଯାଏଁ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି।
୮-ସିଏଜି ଧରିଲେ ଲଘୁ ଖଣିଜ ଦୁର୍ନୀତି; ୫୮ କୋଟି ୬୩ ଲକ୍ଷର ହୋଇଛି ରାଜସ୍ୱ କ୍ଷତି।
୯-ଅଶୋକାଷ୍ଟମୀ ପାଇଁ ଚଳଚଞ୍ଚଳ ପୁରୁଣା ଭୁବନେଶ୍ୱର; ରୁକୁଣା ରଥରେ ଦିଆଯାଉଛି ଶେଷ ସ୍ପର୍ଶ।
୧୦-କଟକ ଦହିବରାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପ୍ରସଙ୍ଗ ଉଠାଇଲେ ସୋଫିଆ।
୧୧-ଶିକ୍ଷାଗତ ଏବଂ ଗବେଷଣା ସହଯୋଗକୁ ସୁଦୃଢ଼ କରିବା ପାଇଁ କିଟ୍ ରସାୟନ ବିଜ୍ଞାନ ପ୍ରତିଷ୍ଠାନ ଓ ସିଲନ ମଧ୍ୟରେ ହେଲା MOU।
୧୨-ନୀଳଗିରିରୁ ଉଦଳା ଅଭିମୁଖେ ଯାଉଥିବା ବସ୍ ଭାଲୁକାଶୁଣୀ ପାଖରେ ଟ୍ରକ୍କୁ ସାଇଡ୍ ଦେବାବେଳେ ଦୁର୍ଘଟଣା,ଓଲଟିଲା ବସ୍; ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ !
୧୩-କାଳ ସାଜୁଛି ବିଦ୍ୟୁତ ତାର: ଗତ ୫ ବର୍ଷରେ ଯାଇଛି ୯୧ ମଣିଷ ଏବଂ ୨୭ ହାତୀଙ୍କ ଜୀବନ।
୧୪-ରାଜଧାନୀ ପ୍ରତିଷ୍ଠା ଦିବସ ପ୍ରସ୍ତୁତି,ଦୁଇ ଦିନ ଝୁମିବ ସହର, ଏପ୍ରିଲ ୧୩ ଓ ୧୪ରେ ହେବ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ।
୧୫-କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଧାୟକ ଗଣେଶ୍ୱର ବେହେରାଙ୍କର ଦାବି।
୧୬-ବାଲିପାଟଣା ଥାନା ଅନ୍ତର୍ଗତ ନର୍ଦ୍ଦା ବଜାରରେ ହତ୍ୟାକାଣ୍ଡ:ବଜାର ମଝିରେ ଭିଣୋଇର ମୁଣ୍ଡ-ଗଣ୍ଡି ଅଲଗା କଲା ଶଳା।
୧୭-UPI ପୁଣି ଡାଉନ୍, ସପ୍ତାହରେ ଦ୍ୱିତୀୟ ଥର ପାଇଁ ସେବା ହେଲା ବାଧାପ୍ରାପ୍ତ।
୧୮-ଅର୍ଥନୀତିଜ୍ଞ ପୁନମ ଗୁପ୍ତା ଆରବିଆଇ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ।
୧୯-ଏପ୍ରିଲ ୭ରୁ ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ଯିବେ ରାଷ୍ଟ୍ରପତି।
୨୦-ଷଷ୍ଠ ବିମଷ୍ଟେକ୍ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଥାଇଲାଣ୍ଡ ଯିବେ ପ୍ରଧାନମନ୍ତ୍ରୀ ମୋଦୀ।
୨୧-ବେଙ୍ଗାଳୁରୁ:ସିରାଜ୍,ବଟଲରଙ୍କ ଚମକ,RCBର ପ୍ରଥମ ପରାଜୟ।
୨୨-ବିଲ ଗେଟ୍ସଙ୍କ ବଡ଼ ଭବିଷ୍ୟବାଣୀ; କହିଲେ ଆଗକୁ କେବଳ ସପ୍ତାହକୁ ୨ ଦିନ ଯିବାକୁ ପଡ଼ିବ ଅଫିସ୍।
* ସୁପ୍ରଭାତ
*