March 10, 2026

କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ୮୮ତମ ଉତ୍କଳ ଦିବସପାଳିତ

IMG-20230403-WA0004
Share

 

ସାନଖେମୁଣ୍ଡି :- ଆମ ରାଜ୍ୟରେ ୧ ଏପ୍ରେଲକୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ । ସାରା ରାଜ୍ୟରେ ପାଳନ ହେଉଛି ଆମ ଜାତି, ଭାଷା ଓ ସାହିତ୍ୟର ଗୌରବର ପର୍ବ । ୧୯୩୬ ମସିହା ଏପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ଆମ ଭାଷାର ସ୍ୱତନ୍ତ୍ର ଲିପି ଅଛି, ବର୍ଣ୍ଣ ଅଛି ବ୍ୟାକରଣ ଅଛି, ଶବ୍ଦଭଣ୍ଡାରରେ ଶବ୍ଦର ଅଭାବ ନାହିଁ । ଏପ୍ରେଲ ୧ରେ ସନ୍ତ ବିବେକାନନ୍ଦ ଲୋକ ସଂସଦ ଗଞ୍ଜାମ ଜିଲ୍ଲା ଶାଖା ଓ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ପକ୍ଷରୁ ୮୮ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି ।ବିବେକାନନ୍ଦ ଲୋକ ସଂସଦ ଗଞ୍ଜାମ ଜିଲ୍ଲା ଶାଖା ସମ୍ପାଦକ ତଥା ଗୋପାଳପୁର ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଡ଼ଃ ପୁରୁଷୋତ୍ତମ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ଃ ହରିକୃଷ୍ଣ ନାୟକ ଯୋଗଦେଇ ଓଡିଶା ଦିବସର ତପ୍ତଯ୍ୟ ଉପସ୍ଥାପନା କରିବା ସହ ଉତ୍କଳ ପ୍ରଦେଶ ଗଠନର ଆଭିମୁଖ୍ୟ ଓ ଓଡିଶାର ସାମୂହିକ ବିକାଶକୁ ଦିଗକୁ ବର୍ଣ୍ଣନା କରିଥିଲେ l ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆମ ଭାଷା କିପରି ଆମ ସଂସୃତିକୁ ବାନ୍ଧି ରଖିଛି ତା ଉପରେ ଆଲୋକପାତ କରିଥିଲେ l ମହାବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନକରି ଉତ୍କଳ ମାଟିପ୍ରତି ଥିବା ଭଲପାଇବାକୁ ପ୍ରକାଶ କରିଥିଲେ l ଶେଷରେ ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ସିମାଞ୍ଚଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ ଉପାନ୍ତ ଓଡିଶା