November 23, 2024

ବିଭିନ୍ନ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଲା ଓଷ୍ଟା…

Share

 

ପୁରୀ , ଏଗାର ଦଫା ଦାବୀ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( ଓଷ୍ଟା), ପୁରୀ ଜିଲ୍ଲାର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ପୁରୀ ସରକାରୀ ବାଳିକା ବିଦ୍ୟାଳୟ ଛକରୁ ଏକ ବିଶାଳ ଶୋଭଯାତ୍ରାରେ ଯାଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ସରକାରଙ୍କର ଶିକ୍ଷା ଓ ଶିକ୍ଷକ ମାରଣ ନୀତିକୁ ନେଇ ନାରାବାଜି କରିଥିଲେ। ଯୋଗ୍ୟ ବିବେଚିତ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟଗୁଡ଼ିକୁ ସପ୍ତମ ବେତନ ପ୍ରଦାନ,ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ପେନସନ ପ୍ରଦାନ, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କର ଠିକା ଉଚ୍ଛେଦ ସହ ୬ ଟି ନୋସନାଲ ଇକ୍ରିମେଣ୍ଟ ପ୍ରଦାନ , ବି. ଏ ବିପିଏଡ଼ ଯୋଗ୍ୟତାଧାରୀ କ୍ରୀଡା ଶିକ୍ଷକମାନଙ୍କୁ ଟି. ଜି ସ୍କେଲ ପ୍ରଦାନ ଓ ଅବସର ଅବଧି ୬୦ ବର୍ଷରୁ ୬୨ ବର୍ଷକୁ ବୃଦ୍ଧି ଆଦି ୧୧ ଦଫା ଦାବୀ ସମ୍ବଳିତ ଦାବୀପତ୍ର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ , ମୁଖ୍ୟ ଶାସନ ସଚିବ, ସ୍କୁଲ ଓ ଗଣଶିକ୍ଷା ସଚୀବଙ୍କ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ବିଶ୍ୱଜିତ୍ ଘୋଷଙ୍କୁ ପ୍ରଦାନ କରାଯାଇଥିଲା । ଉପରୋକ୍ତ ଦାବୀ ଗୁଡ଼ିକୁ ନେଇ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଫେବୃଆରୀ ୭ ତାରିଖ ଦିନ ଭୁବେଶ୍ଵରଠାରେ ମହା ସମାବେଶ ସହ ଅହୋରାତ୍ର ଧାରଣା ଦିଆଯିବ ବୋଲି ସଂଘ ଆହ୍ବାନ ଦେଇଛି ।ଏହି ବିକ୍ଷୋଭରେ ଓଷ୍ଟା ପୁରୀ ଜିଲ୍ଲା ସଭାପତି ବିଜୟ ବରାଳ, ସମ୍ପାଦକ ବିଭୁଦତ୍ତ ନାୟକ , ପ୍ରାକ୍ତନ ସମ୍ପାଦକ ବିଚିତ୍ରାନନ୍ଦ ପାତ୍ର କାର୍ଯ୍ୟକାରୀ କମିଟିର ସଦସ୍ୟ ପବିତ୍ର ମୋହନ ଦାସ, ପ୍ରତାପ ଚନ୍ଦ୍ର ପଲାଇ, ଲକ୍ଷ୍ମୀଧର ଉପାଧ୍ୟାୟ, ରୂପଶ୍ରୀ ଛୋଟରାୟ, ଲିଙ୍ଗରାଜ ସାହୁ, ପ୍ରଶାନ୍ତ ସ୍ୱାଇଁ, ନବ କିଶୋର ପ୍ରଧାନ, ତରୁଣ କିଶୋର ନାୟକ , ବିଜୟ ବଳିୟାରସିଂହଙ୍କ ସମେତ ପୁରୀ ଜିଲ୍ଲାର ୧୧ଟି ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ ।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)