ଆଜିର ଖବର…
୧-ଆଜି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ: ସଜେଇ ହୋଇଛି ଅକ୍ଷର ଭୂମି।ଅକ୍ଷର ଭୂମି ଭୁବନେଶ୍ୱର ଗଜପତି ନଗରରେ ନିର୍ମାଣ କରାଯାଇଛି।
୨-ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସମ୍ବଲପୁର ଚଳଚଞ୍ଚଳ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି: ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ।
୩-ପୁରୀ କୋଣାର୍କ ମେରାଇନ ରାସ୍ତାରେ ଦୁର୍ଘଟଣା, ବୃଦ୍ଧା ମୃତ।
୪-ପଶୁ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି । ଜାନୁଆରୀରୁ ୪ଦଫା ଦାବି ନେଇ ଚାଲିଛି ବିକ୍ଷୋଭ, ଚିିକିତ୍ସା ନପାଇ ପଶୁ ଜନ୍ତୁଙ୍କୁ ନେଇ ଫେରୁଛନ୍ତି ଲୋକେ।
୫-ଶ୍ରୀକ୍ଷେତ୍ରରେ ପହଞ୍ଚିଲା ଶାବର ଶ୍ରୀକ୍ଷେତ୍ରର କଳା ଜିରା ଚାଉଳ, ଶ୍ରୀମନ୍ଦିରରେ ଲାଗି ହେବ ଭୋଗ।
୬-ପରଲୋକରେ ବିଶିଷ୍ଟ ସିନେମା ନିର୍ମାତା ସାଧୁ ମେହେର: ୮୪ ବର୍ଷ ବୟସରେ ମୁମ୍ବାଇ ସ୍ଥିତି ବାସଭବନରେ ଦେହାନ୍ତ।
୭-ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ନିଯୁକ୍ତ।
୮-ଭୁବନେଶ୍ୱର: ରସୁଣ କିଲୋ ୪୦୦ ଟଙ୍କା, କମ୍ ଚାଷ,ଶୀତରେ ଶୁଖିଗଲା ରସୁଣ।
୯-କଟକ:OASଙ୍କ ହାତ ଧରିଲେ IAS, ଧୁମ୍ଧାମ୍ରେ ସରିଲା କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବିବାହ।
୧୦-ହାଇକୋର୍ଟରେ ମାମଲା; ‘ଅଙ୍ଗନବାଡ଼ି କର୍ମୀଙ୍କୁ ମିଳୁ କେନ୍ଦ୍ରୀୟ ହାରରେ ଦରମା’।
୧୧-ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଲାଗୁ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
୧୨-ମାଲକାନଗିରି: ରାସ୍ତାକାମକୁ ବିରୋଧ କରି ଯାନବାହାନ ପୋଡ଼ିଲେ ମାଓବାଦୀ।
୧୩-ଟିଟିଲାଗଡ଼:ସଇଁତଳା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୨ ମୃତ।
୧୪-ବଲାଙ୍ଗୀର:ଧରା ପଡିଲେ ଚୋର ଗ୍ୟାଙ୍ଗ, ଜବତ ହେଲା ୪ଟି ଟ୍ରାକ୍ଟର ,ଗୋଟିଏ ପିକଅପ ଗାଡି ଓ ୧୦ଟି ଗ୍ୟାସ ସିଲିଣ୍ଡର : ୫ ଗିରଫ
୧୫-ନୀଳଗିରି ଗସ୍ତରେ ରାଜ୍ୟପାଳ ରଘୁବର ଦାସ : ଜନତାଙ୍କୁ ଭେଟିଲେ, ବ୍ୟବସ୍ଥା ସଂପର୍କରେ ବୁଝିଲେ।
୧୬-୫ଦିନିଆ ଇଡି ରିମାଣ୍ଡରେ ହେମନ୍ତ ସୋରନ । ଇଡି କାର୍ଯ୍ୟାନୁଷ୍ଠାନ ବିରୋଧରେ ସୋରେନଙ୍କ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ।
୧୭-ଦକ୍ଷିଣଭାରତ ସିନେମା ସୁପରଷ୍ଟାର ଥାଲାପତି ବିଜୟଙ୍କ ନୂଆ ଯାତ୍ରା । ଅଭିନୟ ପରେ ରାଜନୀତି ଦୁନିଆରେ ପ୍ରବେଶ।
୧୮-ପେଟିଏମ ୟୁଜର୍ସଙ୍କ ଦ୍ୱନ୍ଦ୍ୱ ଦୂର କଲେ କମ୍ପାନୀ ସିଇଓ । ବିଜୟ ଶେଖର ଶର୍ମା କହିଲେ କରନ୍ତୁନି ଚିନ୍ତା, ୨୯ ପରେ ବି ଚାଲିବ ପେଟିଏମ ଆପ୍।
୧୯-ଅଭିନେତ୍ରୀ ପୁନମ୍ ପାଣ୍ଡେଙ୍କ ଦେହାନ୍ତ । ସର୍ଭିକାଲ କ୍ୟାନସରରେ ଥିଲେ ପିଡ଼ିତ, ମାତ୍ର ୩୨ ବର୍ଷ ବୟସରେ ପୁନମଙ୍କ ମୃତ୍ୟୁ।
୨୦-ଜୟ ହୋ… ଜୟସ୍ବାଲ, ଅପରାଜିତ ୧୭୯ ରନ୍, ଇଂଲଣ୍ଡ ବିପକ୍ଷରେ ଭାରତ ୩୩୬/୬।
🙏 ସୁପ୍ରଭାତ🙏