ପୁରୀଜିଲ୍ଲାରେ ଦମ ଦେଖାଇଲା କଂଗ୍ରେସ, ଶତାଧିକ ବିଜେଡି ବିଜେପି କର୍ମୀଙ୍କ କଂଗ୍ରେସରେ ଯୋଗଦାନ

ଆଜି ପୁରୀଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗୋପ ବ୍ଲକ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ଼ ବାଙ୍ଗର ଜିଲ୍ଲା କାରାଗାର ସାମ୍ନା ଖେଳ ପଡିଆ ଠାରେ ଏକ ବନ୍ଧୁମିଳନ ଉତ୍ସବ ସହିତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଇଞ୍ଜିନିଅର ରାଜେଶ ମିଶ୍ରଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ, ସମ୍ମାନିତ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଯୁବନେତା ଅମରେନ୍ଦ୍ର ପାଇକରାୟ, କାକଟପୁର ବିଧାୟକ ପ୍ରାର୍ଥୀ ବିଶ୍ୱ ଭୂଷଣ ଦାସ, କାକଟପୁର ବ୍ଲଜ ପ୍ରତିନିଧି, ଗୋପ ବ୍ଲକ ପ୍ରତିନିଧିଙ୍କ ସମେତ ବରିଷ୍ଠ ନେତୃମଣ୍ଡଳୀ ପ୍ରଥମେ ବରିଷ୍ଠ କଂଗ୍ରେସ କର୍ମୀ ସ୍ବର୍ଗତ ରାମଚନ୍ଦ୍ର ବେହେରାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶୋଭାଯାତ୍ରା ରେ ସଭାମଞ୍ଚ କୁ ଆସିଥିଲେ l ସଭାରେ ସମସ୍ତ ଅତିଥିମାନେ ନିଜନିଜର ଅଭିଭାଷଣ ରଖିବା ସହିତ ବର୍ତ୍ତମାନ କଂଗ୍ରେସ ଦଳ ସୁଦୃଢ ହେଉଛି ବୋଲି ନିଜନିଜ ବକ୍ତବ୍ୟ ରେ କହିଥିଲେ l ରାଜ୍ୟ ସଭାପତି ନିଜ ଅଭିଭାଷଣ ରେ କହିଥିଲେ ଯେ ପବିତ୍ର ନବବର୍ଷରେ ପୁରୀଜିଲ୍ଲା ଗୋପ ବ୍ଲକରୁ କଂଗ୍ରେସ ର ଜୟ ଯାତ୍ରା ଆରମ୍ଭ ହେଲା l ସେପ୍ଟେମ୍ବର ୨୬, ୨୦୨୫ ତାରିଖରେ ପୁରୀଜିଲ୍ଲା କଂଗ୍ରେସ କମିଟି ର ଜିଲ୍ଲା ସଭାପତି ଭାବେ ପୂର୍ବତନ ବିଧାୟକ ସ୍ବର୍ଗତ ଗଦାଧର ମିଶ୍ରଙ୍କ ସୁପୁତ୍ର ଇଞ୍ଜିନିଅର ରାଜେଶ ମିଶ୍ର ଦାୟିତ୍ୱ ନେବାପାରେ ପୁରୀଜିଲ୍ଲାର ବିଭିନ୍ନ ମୌଳିକ ସୁବିଧା ନିମନ୍ତେ କର୍ମୀମାନଙ୍କ ସହିତ ଜିଲ୍ଲାପାଳଙ୍କ ଛଡା ବିଭିନ୍ନ ସରକାରୀ ଦପ୍ତର ମାନଙ୍କରେ ଦାବିପତ୍ର ଦେବା ସହିତ ଧାରଣା ରେ ବସି ପୁରୀଜିଲ୍ଲାବାସୀଙ୍କୁ ଉଚିତ ନ୍ୟାୟ ଯୋଗାଇବା ସହିତ ଦଳପ୍ରତି ବିମୁଖ ହୋଇ ଫେରିଯାଇଥିବା କର୍ମୀମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିବା ସହିତ ବିଜେଡି ବିଜେପି କର୍ମୀମାନଙ୍କୁ କଂଗ୍ରେସ ଦଳରେ ସାମିଲ କରିବାପାଇଁ ମୁଖ୍ୟ ଭୂମିକା ଗ୍ରହଣ କରି ଆଜିର ମିଶ୍ରଣ ପର୍ବରେ ତିନିଶହ ରୁ ଉର୍ଦ୍ଧ ବିଭିନ୍ନ ଦଳର କର୍ମୀଙ୍କୁ କଂଗ୍ରେସ ଦଳରେ ସାମିଲ କରି ଗୋପବ୍ଲକ ରେ ହଜାର ହଜାର କର୍ମୀଙ୍କୁ ନେଇ ବନ୍ଧୁମିଳନ ଉତ୍ସବକୁ କାକଟପୁର ବିଧାୟକ ପ୍ରାର୍ଥୀ ବିଶ୍ୱଭୂଷଣ ଦାସଙ୍କ ସହିତ ରାଜେଶ ମିଶ୍ରଙ୍କ ର ଏଭଳି ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି ରାଜ୍ୟ ସଭାପତି ଭକ୍ତ ଚରଣ ଦାସ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
