March 7, 2026

ଗିର୍ଲା ଓ ଢ଼ାମଣାହାଣ୍ଡି ଠାରେ ନୂତନ ଗ୍ରାମ ପଞ୍ଚାୟତ କାର୍ଯାଳୟ ର ଭୂମି ପୂଜା କଲେ ବିଧାୟକ ରୁପୁ ଭତରା.

IMG-20260103-WA0024
Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଢ଼ାମଣାହାଣ୍ଡି ଏବଂ ଗିର୍ଲା ସଦର ମହକୁମା ଠାରେ ନୂତନ ଗ୍ରାମ ପଞ୍ଚାୟତ କାର୍ଯାଳୟ ନିର୍ମାଣ ପାଇଁ ଶୁକ୍ରବାର ଭୂମି ପୂଜା ସ୍ଥାନୀୟ ବିଧାୟକ ରୁପୁ ଭତରା ଙ୍କ କୋର କୋମଳ ରେ ହୋଇଯାଇଛି. ଉକ୍ତ କୋଠା ର ଅଟକଳ ମୂଲ୍ୟ 35ଲକ୍ଷ ବୋଲି ଜଣା ଯାଇଛି.ଏନଆରଇଜିଏ.ଏସଏଫସି ଏବଂ ରାଷ୍ଟ୍ରିୟ ଗ୍ରାମ ସ୍ଵରାଜ ଅଭିଯାନ ଯୋଜନା ରେ ନିର୍ମାଣ ହେବାକୁ ଥିବା ଏହି କୋଠା ଭୂମି ପୂଜା ରେ ସାଂସଦ ପ୍ରତିନିଧି ଶ୍ରୀ ରମେଶ୍ୱେର ଜେନା. ତହସିଲଦାର ଟ୍ୱିଙ୍କିଲ ସେଠି. ସହକାରୀ ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ସେଠି.ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଇ ପ୍ରସାଦ ପଟ୍ଟନାୟକ.ସହକାରୀ ଯନ୍ତ୍ରୀ ଶ୍ୟାମ ଘନ କିସାନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ନାୟକ. ବ୍ଲକ ଉପାଧ୍ୟକ୍ଷ ତପନ ପାଣିଗ୍ରାହୀ. ବିଜେଡି ବରିଷ୍ଠ ନେତା ମୋହମ୍ମଦ ସଲିମ.ମୁନା ମହାନ୍ତି ଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିବାର ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.