ଆଜିର ଖବର..
ଆଜି ସକାଳେ ବି ରାଜ୍ୟର ବାୟୁ ପ୍ରଦୂଷଣ ଦିଲ୍ଲୀଠାରୁ ଅଧିକ । ଦିଲ୍ଲୀ ଏକ୍ୟୁଆଇ ୨୮୮, ଭୁବନେଶ୍ୱର ୩୫୫। ବାଲେଶ୍ୱର, ବାରିପଦା, ତାଳଚେର ଏବଂ କଟକ ୩୦୦ ଉପରେ।
ଜାନୁୟାରୀ ମାସରେ ଅଧିକ ସଂଖ୍ୟକ ଦିନ ଥଣ୍ଡା ରହିବ ବୋଲି ପାଣିପାଗ ପୂର୍ବାନୁମାନ।
ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ଆଶଙ୍କା। ତାପରେ ଥଣ୍ଡା ବଢିବ।
ଆସନ୍ତା ମାର୍ଚ୍ଚରେ ଓଡ଼ିଶାରେ ନୂଆ ଆଞ୍ଚଳିକ ଦଳ ହେବ। ଜାନୁଆରି ଦ୍ବିତୀୟ ସପ୍ତାହରେ ଯୁବ-ଛାତ୍ର ସମାବେଶ ହେବ
ଆଜି ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ। ପୂର୍ଣ୍ଣଚନ୍ଦ୍ର ଅନେକ ବଡ଼ ଓ ଉଜ୍ଜ୍ୱଳ ଦେଖାଯିବ।
ପୂରୀ ଶ୍ରୀମନ୍ଦିରରେ ଆଜି ପୌଷ ପୂର୍ଣ୍ଣିମାରେ ହେବ ଦେବାଭିଷେକ,ସୁନା ବେଶରେ ଦର୍ଶନ ଦେବେ ଶ୍ରୀଜୀଉ।
ଗାଡିପାଇଁ ଗ୍ରୀନ ଷ୍ଟିକର ବ୍ୟବସାୟ ଆରମ୍ଭ। ଆସନ୍ତା ୧୦ ତାରିଖରୁ ପଲ୍ୟୁସନ୍ ସାର୍ଟିଫିକେଟ୍ ପାଇଥିବା ଗାଡ଼ିରେ ଲଗାଇବେ ଗ୍ରୀନ୍ ଷ୍ଟିକର୍।
ଚିଲିକାରେ ଦିନ ୧୧ଟା ଯାଏଁ ଡଙ୍ଗା ଚଳାଚଳ ବନ୍ଦ, ପ୍ରବଳ କୁହୁଡି ଯୋଗୁଁ ଡଙ୍ଗା ଉପରେ କଟକଣା।
କେନ୍ଦ୍ରାପଡା ଭିତରକନିକା ଜାନୁଆରୀ ୮ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ, କୁମ୍ଭୀର ଗଣନା ହେବ।
ଗାଡ଼ିରେ ସବୁଜ ଷ୍ଟିକର୍ ଲଗାଇବା ପାଇଁ ଗୋଟିଏ ନିର୍ଦ୍ଦେଶନାମା, କିନ୍ତୁ ଦୁଇ ପ୍ରକାର ନିର୍ଦ୍ଦେଶ। ଲୋକେ ଅଡୁଆରେ।
ଭୁବନେଶ୍ୱରରେ ନୂଆବର୍ଷରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ପରେ ଅନେକ ଶ୍ରଦ୍ଧାଳୁ ଅବଢ଼ା ନ ପାଇ ନିରାଶ ହୋଇ ଫେରିଛନ୍ତି।
ନବରଙ୍ଗପୁରରେ ମିଲର୍ସମାନେ ମଧ୍ୟସ୍ଥି ଓ ଦଲାଲଙ୍କ ଜରିଆରେ କଟନିଛଟନି ବିବାଦ କରି ଧାନ ଉଠାଇବାରେ ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ।
ଭଦ୍ରକ ଜିଲ୍ଲାରେ ଖୋଲିନି ଧାନମଣ୍ଡି। ଗାଁ ଗାଁରେ ବୁଲୁଛନ୍ତି ପଶ୍ଚିମବଙ୍ଗର ଧାନ ବ୍ୟବସାୟୀ ଓ ଦଲାଲ।
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣ୍ଟି ରାବିଜ୍ ଭ୍ୟାକ୍ସିନ୍ର ଅଭାବ।
ତାମିଲନାଡୁ କୋଏମ୍ବାଟୁରରେ କୋଠାରୁ ଖସି ପଡ଼ି ନବରଙ୍ଗପୁର ଜିଲ୍ଲାର ଦାଦନ ଶ୍ରମିକ ମୃତ। ମୃତକ କୋଷାଗୁମୁଡାର ୨୧ବର୍ଷିୟ ଲକ୍ଷ୍ମୀଧର
ପୁରୀ ବଡଦାଣ୍ଡ ବଳଗଣ୍ଡି ଛକରେ ଦୁର୍ଘଟଣା, ୪ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ସରକାର।
ଯାଜପୁରରେ ୩୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଗୋଳମାଳ ଅଭିଯୋଗରେ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଗିରଫ।
କଳାହାଣ୍ଡି ଦକ୍ଷିଣ ବନଖଣ୍ଡର ନିଲମ୍ବିତ ଫରେଷ୍ଟର ଭିଜିଲାନ୍ସ ଦ୍ବାରା ଗିରଫ।
ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ଦୁଇଗୋଟି ସ୍ଥାନରେ କଲରାପତରିଆ ବାଘ ଛାଲ ଓ ସମ୍ଭର ଶିଙ୍ଗ ଜବତ
କଟକ ଚୌଦ୍ବାରରେ ଚୋର ସନ୍ଦେହରେ ଦୁଇ ଜଣକୁ ହତ୍ୟା ଘଟଣାରେ ଗ୍ୟାରେଜ ମାଲିକ ସହ ୨ କର୍ମଚାରୀ ଗିରଫ।
ମୟୁରଭଞ୍ଜ ରାଇରଙ୍ଗପୁରରେ ଓଭରଟେକ୍ କରିବା ବେଳେ ରୋଡମାଷ୍ଟର ବସ ଓ ବାଇକ ଧକ୍କାରେ ୩ ଜଣ ମୃତ।
ଅଶାନ୍ତ ରାଜଧାନୀର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ଵର ଗ୍ରାମ ତଳସାହିରେ ଗୋଷ୍ଠୀ ସଂଘର୍ଷ, ୨ ଆହତ।
ବ୍ରହ୍ମପୁର ସହରରେ ଅଗ୍ନିକାଣ୍ଡରେ ଜଳିଗଲା ଏକାଧିକ ଦୋକାନ। ଅଗ୍ନିକାଣ୍ଡ ଯୋଗୁଁ ସହରରେ ଚକା ଜାମ୍।
ସୁନ୍ଦରଗଡ଼ ବଡ଼ଗାଁ ବନାଞ୍ଚଳର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦନ୍ତାହାତୀ ପଶି କବାଟ ଭାଙ୍ଗି ଚାଉଳ ଖାଇଛି ଓ ନଷ୍ଟ କରିଛି।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଭୁଆସୁଣିପାଟଣା ସ୍କୁଲ ନିକଟରେ ଗୋଠଛଡ଼ା ଦନ୍ତାହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ।
ବରଗଡ଼ ଧନୁଯାତ୍ରା ମହୋତ୍ସବର ଦଶମ ରଜନୀ ସରିଲା। ମଥୁରାରେ ଶ୍ରୀକୃଷ୍ଣ ଓ ବଳରାମ।
କୋଲକାତା ଓ ହାଇଦ୍ରାବାଦ ଅପେକ୍ଷା ଓଡ଼ିଶାରେ ଅଧିକ ବିଦେଶୀ ଛାତ୍ର ପଢୁଛନ୍ତି।
ଶେୟାର୍ ଟ୍ରେଡିଂ ନାମରେ ୪୦ କୋଟି ଠକେଇ, ପଶ୍ଚିମବଙ୍ଗରୁ ଠକ ଅମିତ ମଣ୍ଡଳ ଗିରଫ।
ୟୁଜିସି ନେଟ୍ ପରୀକ୍ଷାରେ ପ୍ରଥମ ଦିନରେ ୩୮ ହଜାର ୪୫୦ ଜଣ ପରୀକ୍ଷା ଦେଲେ।
ଶ୍ରୀନଗରରେ ଭୂସ୍ଖଳନ, ବାରାମୁଳା ରାସ୍ତାରେ ଖସିଲା ବଡ଼ ବଡ଼ ପଥର, ଯାତାୟାତ ବାଧାପ୍ରାପ୍ତ।
ପୁଣି ବୁଲେଟ୍ ଟ୍ରେନ ଗପ କହିଲେ ଅଶ୍ୱିନୀ ବୈଷ୍ଣବ। ମୁମ୍ବାଇରୁ ଅହମଦାବାଦକୁ ୧ ଘଣ୍ଟା ୫୮ ମିନିଟ୍ ସମୟ ଲାଗିବ ବୋଲି କହିଲେ।
ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପାଲେଷ୍ଟାଇନକୁ ସମର୍ଥନ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ।
ମେକ୍ସିକୋରେ ଭୂମିକମ୍ପ, ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ଘର କ୍ଷତିଗ୍ରସ୍ତ।
ଅଗଷ୍ଟ ମାସରେ ବାଂଲାଦେଶ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଦଳ। ବିଭିନ୍ନ ମହଲରୁ ବିରୋଧ।
ଗତବର୍ଷ ଏଇ ସମୟରେ
ଓଡ଼ିଶାର ପ୍ରଜ୍ଞାପନ ମେଢକୁ ସାଧାରଣତନ୍ତ୍ର ଦିବସ ପାଇଁ କେନ୍ଦ୍ର ତରଫରୁ ମନା କରାଯାଇଥିଲା
ଆୟୁଷ୍ମାନ କାର୍ଡ ସହ ଖୁବ୍ ଶୀଘ୍ର ‘ଆଭା କାର୍ଡ’ ମିଳିବ ବୋଲି କହିଥିଲେ ସରକାର
ଗୋଶାଳା ସ୍ଥାପନ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି କହିଥିଲେ
ଓଡ଼ିଶାରେ ୨୬ଶହ କିଲୋମିଟର ଗ୍ରାଣ୍ଡ ରିଙ୍ଗ୍ ରୋଡ଼, ବାଲେଶ୍ଵର, ସମ୍ବଲପୁର, ଗଂଜାମ, ଜୟପୁର ସଂଯୋଗ ହେଵ ବୋଲି ଘୋଷଣା ହୋଇଥିଲା
ଆଜି ଜନ୍ମଦିନ: ଜାନକୀ ପଟନାୟକ, ସାବିତ୍ରୀ ବାଇ ଫୁଲେ, ଗୁଲ ପନାଗ, ଚେତନ ଶର୍ମା
ଆଜି ତିରୋଧାନ: ସତୀଶ ଧାବନ
ଇତିହାସରେ ଆଜି: (୧୮୩୩) ବ୍ରିଟେନ ଦ୍ୱାରା ଫକଲାଣ୍ଡ ଅକ୍ତିଆର/ (୧୬୨୧) ଗାଲିଲିଓ ଙ୍କ ଦ୍ଵାରା ଟେଲିସ୍କୋପ ଉଦ୍ଭାବନ/ (୧୮୯୪) ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ପୌଷ ମେଳା ଆରମ୍ଭ/ (୧୯୦୧) ଶାନ୍ତିନିକେତନ ରେ ବ୍ରହ୍ମଚର୍ଯ୍ୟ ଆଶ୍ରମ ଆରମ୍ଭ/ (୧୯୧୧) ଆମେରିକାରେ ଡାକ ସଞ୍ଚୟ ବ୍ୟାଙ୍କ ଆରମ୍ଭ/ (୧୯୫୭) ପେନସିଲଭାନିଆ ରେ ପ୍ରଥମ ଇଲେକ୍ଟ୍ରୋନିକ ଘଣ୍ଟା ପ୍ରଦର୍ଶିତ/ (୨୦୧୨) ପାକିସ୍ଥାନ ରେ ନୋବେଲ ବିଜେତା ମଲାଲା ଙ୍କୁ ଗୁଳିମାଡ
=======================
*ବନ୍ଦେ ଉତ୍କଳ ଜନନୀ*
