ଉମରକୋଟ ମୃତ ଡ୍ରାଇଭର ପରିବାର କୁ ଡ୍ରାଇଭର ମହାସଂଘର ଆର୍ଥିକ ସହାୟତା……..
ଉମରକୋଟ :-(ଏମ୍.ଦୀନା°ଶୁ ଆଚାରୀ) ଜଣେ ମୃତ ଡ୍ରାଇଭର ଙ୍କ ପରିବାର
ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ର ଉମରକୋଟ ବ୍ଳକ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଏହି କି ଯେ ଗତ ୨୬ ତାରିଖ ଦିନ ଅଧିକାରୀଗୁଡା ଗ୍ରାମ ନିକଟସ୍ଥ ଖୁଟିଆରୀଗୁଡା ଗ୍ରାମର ପ୍ରହଲ୍ଲାଦ ଗଣ୍ଡ (୨୮ ବର୍ଷ) ଏକ ପିକ ଅପ ଗାଡ଼ିରେ ପରିବ। ନେଇ ଦାରିଙ୍ଗ ବାଡି ଯାଇ ଥିଲେ। ତେବେ ରାତି ପ୍ରାୟ ୨ ଟା ବେଳେ ଏକ ଦୁର୍ଘଟଣାରେ ରେ ସେଠାରେ ହିଁ ପ୍ରହଲ୍ଲାଦଙ୍କ ମୃତ୍ୟୁ ହେଇ ଯାଇଥଲା। ତେବେ ଦାରିଂବାଡ଼ି ଓଡ଼ିଶା ଡ୍ରାଇଭର ମହାସଂଘ ର ସଦସ୍ୟ ମାନେ ସବ ବ୍ୟବଛେଦ କରିବା ସହ ସବ କୁ ଉମରକୋଟ ଆଣି ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। ସ୍ବର୍ଗତ ପ୍ରହଲ୍ଲାଦ ଙ୍କ ସ୍ତ୍ରୀ ଥିବା ସହ ଗର୍ଭ ରେ ୮ ମାସ ର ଶିଶୁ ରହିଛି। ଏପରି ଦୁର୍ଦ୍ଦିନ ପରିସ୍ଥିତି ରେ ଓଡ଼ିଶା ଡ୍ରାଇଭର ମହାସଂଘ ର ଉମରକୋଟ ବ୍ଲକ ପକ୍ଷ ରୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସ୍ଥିର କରି ଆଜି ୭୦ ହଜାର ଟଙ୍କା ତାଙ୍କ ସ୍ତ୍ରୀ ଙ୍କୁ ପ୍ରଦାନ କରାଯାଇଥିଲା। ଏହି ସମୟରେ ଓଡ଼ିଶା ଡ୍ର।ଇଭର ମହାସଂଘ ର ଜିଲ୍ଲା ଉପ ସଭାପତି ସୁକାନ୍ତ ସିଂହାର, ଉମରକୋଟ ସମ୍ପାଦକ ବିଦ୍ୟାଧର ମାଡ଼ଗୁଲ, ସାହାଯ୍ୟ
କାରି ଭାଇ ଗୁପ୍ତ ହିଆଲ, ଚିକଲପଦର ଗ୍ରାମ ପଞ୍ଚାୟତ ସଭାପତି ରାଇଧର ହରିଜନ, ସେମଳ। ଗ୍ରାମ ପଞ୍ଚାୟତ ସଭାପତି ଶୁକଦେବ ହରିଜନ, ତହର। ଗ୍ରାମ ପଞ୍ଚାୟତ ସଭାପତି କମଳୁ ମାଝି, ଉମରକୋଟ ବ୍ଲକ ସହ ସମ୍ପାଦକ ଭି. ଶ୍ରୀନିବାସ ରାଓ, କୋଷାଧ୍ୟକ୍ଷ ବୁଟି ଭତ୍ର। ଙ୍କ ସମେତ ଉମରକୋଟ ବ୍ଲକର ୨୪ ଟି ଗ୍ରାମ ପଞ୍ଚାୟତର ସମସ୍ତ ଡ୍ର।ଇଭର ମାନେ ଉପସ୍ଥିତ ଥିଲେ।
