January 7, 2025

ଚିତ୍ରକୂଟ ଆଶ୍ରମରେ ନିଃସ୍ଵାର୍ଥ ସେବା ସଂଗଠନ ର ଶୀତ ବସ୍ତ୍ର ବଣ୍ଟନ ..

Share

ଜଗତସିଂହପୁର

ଗତ ତା୧ /୧/୨୦୨୫ ରିଖ,ବୁଧଵାର ଦିନ, ଇଂରାଜୀ ନବବର୍ଷ ର ପ୍ରଥମ ଦିନ ରେ ଜଗତସିଂହପୁର ଜିଲ୍ଳା ର ନୂଆପୋଲ ଠାରେ ଥିବା ଚିତ୍ରକୁଟ ଆଶ୍ରମ ପରିସରରେ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ୍ ଥିବା ଅଗ୍ରଣୀ ସାମାଜିକ ସଂସ୍ଥା “ନିଃସ୍ଵାର୍ଥ ସେବା ସଂଗଠନ ଚାରିଟେବୁଲ ଟ୍ରଷ୍ଟ,” ତରଫରୁ ସଂଗଠନ ର ପ୍ରତିଷ୍ଠାତା ତଥା ସଭାପତି ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ “ଶୀତ ବସ୍ତ୍ର ବଣ୍ଟନ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି l ଏହି ଅବସର ରେ ବରିଷ୍ଠ ନାଗରିକ ମାନଙ୍କୁ ଶୀତବସ୍ତ୍ର ଵଣ୍ଟନ,ମଧ୍ୟାହ୍ନ ଭୋଜନ ଓ ସମାଜ ସେବା କୁ ସମ୍ମାନ ଜଣାଇ ଓଡ଼ିଶା ର କୋଣ ଅନୁକୋଣ ରୁ ଆସିଥିବା ସାମାଜିକ ଅନୁଷ୍ଠାନ ଓ ସ୍ଵେଚ୍ଛାସେବୀ ମାନଙ୍କୁ ସମ୍ମାନ ଫଳକ,ଉତ୍ତରୀୟ ତଥା ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇ ଥିବା ସ୍ଥଳେ,ଢେ଼ଙ୍କାନାଳ ଜିଲ୍ଲା, ହିନ୍ଦୋଳ ବ୍ଲକ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ କୁ ସମ୍ମାନିତ କରାଯାଇ ଥିଵା ବେଳେ ସଂଗଠନ ର ଆଜୀବନ ସେବକ ପବିତ୍ର ମୋହନ ସାହୁ ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ସମ୍ମାନ ଫଳକ,ଉତ୍ତରୀୟ,ପୁଷ୍ପଗୁଚ୍ଛ ପ୍ରାପ୍ତ ହୋଇଥିଲେ । ଏହିପରି ସମ୍ମାନ ଜନ୍ମଭୁମି ରାସୋଳ ମାଆ ମାଟିର ସମ୍ମାନ କୁ ଗୌରବ ମଣ୍ଡିତ କରି ଥିବା ବେଳେ “ମୋ ଗାଁ ମୋ ସମ୍ମାନ ଆହ୍ବାନ” ର ପ୍ରତିଦାନ ଵୋଲି ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ତଥା ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୁଖ୍ୟ ସଚେତକ ଦୃଢୋକ୍ତି ପ୍ରଦାନ କରିବା ସହିତ ଆୟୋଜକ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା ପୂର୍ବକ ଆନ୍ତରିକ ସାଧୁବାଦ ତଥା ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ । ମୋ ଗାଁ ମୋ ସମ୍ମାନ ଓଡ଼ିଶା ଆହ୍ଵାନ ର ରାଜ୍ୟ ଆବାହକ ଶ୍ରୀଯୁକ୍ତ ପ୍ରଭାତ କୁମାର ବାରିକ ଏତାଦୃଶ ସମ୍ମାନ ତଥା ଆୟୋଜକ ଅନୁଷ୍ଠାନର ସେବା କାର୍ଯ୍ୟ ପାଇଁ ଭୁୟସୀ ପ୍ରଶଂସା କରିବା ସହିତ ଅଭିନନ୍ଦନ ଜଣାଇଥିଲେ ।

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…।

You may have missed