February 2, 2025

ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ…

Share


ବୁଗୁଡା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମସ୍ଥ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଂଶଦିବସୀୟ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସେନାପତିଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ମୁଖ୍ୟ ବକ୍ତା ଭାବେ ବାଲିପଦର ଡିଗ୍ରୀ କଲେଜ ଅଧ୍ୟକ୍ଷ ବିବେକାନନ୍ଦ ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ପ୍ରାକ୍ତନ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ , କଳମ୍ବ ସରପଞ୍ଚ ପ୍ରଦୀପ କୁମାର ଜେନା , କୈଳାସ ଚନ୍ଦ୍ର ପ୍ରଧାନ , ହରିହର ବିଷୋୟୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ କରିଥିଲେ । କ୍ରୀଡା ,ସଂସ୍କୃତି ଓ ସାମାଜିକ କାର୍ଯ୍ୟକଳାପରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଏ ଅବସରରେ ଅତିଥିମାନଙ୍କ ଦ୍ବାରା ପ୍ରମାଣପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ଏଥି ସହ କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ , ନାଟ୍ଯ ନିର୍ଦେଶକ ଅଧ୍ଯାପକ ପ୍ରେମାନନ୍ଦ ପରିଡା , +୨ କଳାରେ ବୁଗୁଡ଼ା ବ୍ଲକ ଟପର୍ ଛାତ୍ରୀ ଶୁଭପ୍ରିୟା ବିଷୋୟୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୋଡାଲ ଅଧିକାରୀ ସରୋଜ କାନ୍ତ ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ସାସ୍କୃତିକ ବିଭାଗ ସଂଯୋଜକ ସୁଶାନ୍ତ କୁମାର ପଣ୍ଡା , କ୍ରୀଡା ବିଭାଗ ସଂଯୋଜିକା ସୁଜାତା କୁମାରୀ ପଟ୍ଟନାୟକ , ସାମାଜିକ କାର୍ଯ୍ଯ ସଂଯୋଜକ ବିଭୁତି ଭୂଷଣ ବେବର୍ତ୍ତା ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ଯ କାର୍ଯ୍ୟକର୍ତ୍ତାଗଣ ଏଥିରେ ସହଯୋଗ କରିଥିଲେ । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାମାଜିକ ନାଟକ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।