ଜାମିଆ ଅଲ ହବିବ ରେ ଜସନେ ଇଦ ମିଲାଦୁନ ନବୀ 2025 ପାଳିତ
ତିର୍ତ୍ତୋଲ ତା 2/12/2025 ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ସ୍ଥିତ, ଜିଲ୍ଲାର ସର୍ବୋତ୍ତମ, ଆଦର୍ଶ, ଆବାସିକ ଶିକ୍ଷାନୁଷ୍ଠାନ, ଜାମିଆ ଅଲ ହବିବ ର ସତରତମ ଜସନେ ଇଦ ମିଲାଦୁନ 2025 ବାର୍ଷିକ ଉତ୍ସବ, ଗତ ମଙ୍ଗଳବାର, ସନ୍ଧ୍ୟାରେ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଶେଖ ରିୟାଜତ ହସେନ ଅଜହରି ଙ୍କ ସଭାପତିତ୍ବ ରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟଅତିଥି ଓ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ, ଉତ୍ତରପ୍ରଦେଶ,ଆଲମା ଜିଆଉଲ ମୁସ୍ତଫା କାଦିରି ହଜୁର ମହାଦୀଶେ କଦିରି, ମୌଲାନା ଆନୁ ଯୁସୁଫ ଅଜ ହରି, ମୁମ୍ବାଇ ରୁ ମୌଲାନା ମୁଫ୍ ତି ସାହିଦ ରଜା, ୟୁ ପି ରୁ ମୌଲାନା ମୁଫତି ଅନିସ ଆଲାମ ଶିୱାନି, ଶାୟେର ଇସିଲାମ ସୟଦ ଅଲ୍ଲୀ, କୋଲକତା ରୁ ଡଃ ସଜାଦ ଆଲ୍ଲାମ ମିସବାହି ଏବଂ ଓଡିଶା ର ନକିବେ ଇସଲାମ ଅକ୍ତର ରଜା ଜିଆଇ ପ୍ରମୁଖ ଯୋଗଦେଇ, ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ସହିତ ଦେଶ ଓ ବିଶ୍ୱରେ ଶାନ୍ତି, ସଦଭାବନା ପ୍ରତିଷ୍ଠା କରିବା ଆମ ସମସ୍ତଙ୍କର ନୈତିକ କର୍ତ୍ତବ୍ୟ ବୋଲି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଏଥିପୂର୍ବରୁ ଏହି ବାର୍ଷିକ ଉତ୍ସବ ପାଳନ ଅବସରରେ ନିକଟସ୍ଥ ଅବଦୁଲ ରହିମ ହାଇସ୍କୁଲ, ସମେତ ଆଖପାଖ ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବାପାଇଁ ସ୍କୁଲବ୍ୟାଗ ପ୍ରଦାନ କରାଯାଇଥିଲା l ଅନୁଷ୍ଠାନର ବରିଷ୍ଠ ଟ୍ରଷ୍ଟି ତଥା ବିଶିଷ୍ଟ ସମାଜସେବୀ ଶେଖ୍ ତମିଜ ଉଦ୍ଦିନ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମ କୁ ଜାମିଆ ଅଲ ହବିବ ର ସମସ୍ତ କର୍ମକର୍ତ୍ତା, ଶିକ୍ଷକ, ଛାତ୍ର ଓ ଅନ୍ତେବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ l ଶେଷରେ କାଜି ମୌଲାନା ଆସିକ ମିସବାହି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ବିଶେଷ କରି ଉଚ୍ଚତ୍ତର ଶିକ୍ଷାଲାଭ ନିମନ୍ତେ ନିରବଛିନ୍ନ ଉଦ୍ୟମ ଓ ଗଭୀର ଆତ୍ମବିଶ୍ୱାସ ର ସହିତ ଅଧ୍ୟୟନ କରିବାପାଇଁ ନିମନ୍ତ୍ରିତ ଅତିଥି ମାନେ ବିଦ୍ୟାର୍ଥୀ ମାନଙ୍କୁ ଆବେଗପୂର୍ଣ୍ଣ ଆହ୍ୱାନ ଦେଇଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
