ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ଇତିହାସ ବିଭାଗର ଆଲୋଚ଼ନା ଚକ୍ର
ବେଲଗୁଣ୍ଠା-:02/12/25-:ବେଲଗୁଣ୍ଠାବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ର ଇତିହାସ ବିଭାଗର ଆଲୋଚ଼ନା ଚକ୍ର ବିଭାଗୀୟ ମୁଖ୍ୟ ଅଶୋକ କୁମାର ସ୍ଵାଇଁ ଙ୍କ ତତ୍ତ୍ଵ ବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି ପାଠ ଚ଼କ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ କରିଥିଲେ । ବିଭାଗୀୟ ଅଧ୍ୟାପକ ଅଜୟ କୁମାର ବିଶ୍ଵାଳ, ଅଧ୍ୟାପିକା ପିଙ୍କି ପାତ୍ର,ଅଧ୍ୟାପିକା ଲକ୍ଷ୍ମୀ ଗୌଡ଼ ଓ କ୍ରୀଡ଼ା ଶିକ୍ଷକ ବିଶ୍ଵରଂଜନ ସ୍ଵାଇଁ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ । ତୃତୀୟ ବର୍ଷର ଛାତ୍ରୀ ସୁଶ୍ରୀ ସୁନିତା ପ୍ରଧାନ “ପାଇକ ବିଦ୍ରୋହ” ସଂପର୍କରେ ସନ୍ଦର୍ଭ ପାଠ କରିଥିଲେ । ବହୁ ଛାତ୍ର ଛାତ୍ରୀ ଯୋଗଦେଇ ପାଠଚ଼କ୍ର କାର୍ଯ୍ୟକ୍ରମକୁ ସୁନ୍ଦର ଓ ସରସ କରିଥିଲେ । ଶେଷରେ ଅଧ୍ୟାପକ ଅଜୟ କୁମାର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
