March 10, 2026

ପ୍ରିୟଙ୍କା ଦେବୀ ଗ୍ରୁପ ଅଫ ଇନ୍ଷ୍ଟିଟ୍ୟୁସନ ଦ୍ଵାରା ବିଶ୍ଵ ଏଡ଼ସ ଦିବସ ପାଳିତ

IMG-20251202-WA0032
Share

 

(ସଚେତନତା ଶୋଭାଯାତ୍ରା ମାଧ୍ୟମ ରେ ଏଡ଼ସ କୁ ଦୂରେଇବା ପାଇଁ ବାର୍ତ୍ତା ରଖିଲେ ଛାତ୍ର ଛାତ୍ରୀ )

ପୁରୀ ସହର ର ପ୍ରିୟଙ୍କା ଦେବୀ ଗ୍ରୁପ ଅଫ ଇନ୍ଷ୍ଟିଟ୍ୟୁସନ ର ଛାତ୍ର ଛାତ୍ରୀ ଓ କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ବିଶ୍ଵ ଏଡ଼ସ ଦିବସ ୨୦୨୫ ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ପୁରୀ ବଡ଼ ଦାଣ୍ଡ ଶ୍ରୀ ଗୁଣ୍ଡିଚା ମନ୍ଦିର ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ଯୋଗଦେଇ ସଚେତନତା ଯାତ୍ରା କୁ ଉଦଘାଟନ କରିବା ସହ ଏଡ଼ସ ଭଳି ମାରାତ୍ମକ ବିଶ୍ଵ ବ୍ୟାଧି କୁ କିଭଳି ପ୍ରତିହତ କରିହେବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ।ଅନୁଷ୍ଠାନ ର ନିର୍ଦ୍ଦେଶକ ଡ଼ା ବାବୁଲା ବେହେରା ଏହି କାର୍ଯ୍ୟକ୍ରମ କୁ ପୌରହିତ୍ୟ କରିବା ସହ ସ୍ବାସ୍ଥ୍ୟ ସଚେତନତା ଦ୍ଵାରା ଏଚ.ଆଇ.ଭି ଭୁତାଣୁ ସଂକ୍ରମଣ ଓ ଏଡ଼ସ କୁ ଦୂରେଇ ଦିଆଯାଇପରିବ ବୋଲି ନିଜ ବାର୍ତ୍ତା ରେ ବିଶେଷ ଭାବରେ ଉଲ୍ଲେଖ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ, ଅନୁଷ୍ଠାନ ର ଅଧକ୍ଷା ଶ୍ରୀମତୀ କମଳା ପଣ୍ଡା , ପ୍ରଧ୍ୟାପିକା,ଅଧ୍ୟାପିକା ଓ ଅଧ୍ୟାପକ ପ୍ରମୁଖ ଯୋଗ ଏଡ଼ସ ସମ୍ପର୍କିତ ବାର୍ତା ଦେଇଥିଲେ । ପ୍ରିୟଙ୍କା ଗ୍ରୁପ ଅଫ କଲେଜ ର ସହ ନିର୍ଦ୍ଦେଶିକା ଶ୍ରୀମତୀ ମଧୁସ୍ମିତା ରଥ ଏହି ସମସ୍ତ କାର୍ଯ୍ୟକ୍ରମ ର ରୂପରେଖ ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କିତ ବାର୍ତା ଦେବା ସହ ଚଳିତ ବର୍ଷ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ନିର୍ଦ୍ଦେଶିତ ବାର୍ତ୍ତା ” ଏଡ଼ସ ନିରାକରଣ ରେ ସବୁ ପ୍ରତିବନ୍ଧକ ଓ ତାହାର ନିରାକରଣ ସହିତ ୨୦୩୦ ସୁଦ୍ଧା ବିଶ୍ଵ କିଭଳି ଏଡ଼ସ ମୁକ୍ତ ହେବ ସଂପର୍କିତ ବିଷୟ ବସ୍ତୁ ଉପରେ ନିଜ ଅଭିମତ ପ୍ରକାଶ କରିଥିଲେ। ପରିଶେଷ ରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଏହି ବିଷୟ ସଂପର୍କିତ ଝୋଟି,ମୁରୁଜ ଚିତା,ବକୃତା ପ୍ରତିଯୋଗୀତା ଓ ଏଡ଼ସ ସମ୍ପର୍କିତ ଆଲୋଚନା ଓ କାର୍ଯ୍ୟକ୍ରମ ସବୁ ବାଳିଗୁଆଲି ସ୍ତିତ ଅନୁଷ୍ଠାନ ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l