March 10, 2026

“ବୋଉର ହାତଵାକ୍ସ” ଚଳଚ୍ଚିତ୍ର ପ୍ରଦର୍ଶନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

IMG-20251202-WA0010
Share

 

ଆସନ୍ତା ଡ଼ିସେମ୍ବର6 ତାରିଖ  ରେ ପୁରୀ ଅନ୍ନପୂର୍ଣ୍ଣା ଥିଏଟର   ଠାରେ ରାଜ୍ୟ ପୁରସ୍କାର ପ୍ରପ୍ତ ଓଡ଼ିଆ ଚଳଚିତ୍ର “ବୋଉର ହାତ ବlକ୍ସ”ସ୍ୱତନ୍ତ୍ର 3ଟି ଶୋରେ ପ୍ରଦର୍ଶିତ ହେବ l ଏହି ଅବସରରେ ରେ ଚାଇରସନl ଫିଲ୍ମ ବ୍ୟାନର ରେ ସଞ୍ଜୟ ଦାସ ଙ୍କ ପ୍ରଯୋଜିତ ନାରାୟଣ ପତିଙ୍କ ନିର୍ଦେଷିତ ରାଜ୍ୟ ପୁରସ୍କାର ଅନ୍ତର୍ଜାତୀୟ ସ୍ତର ରେ ପୁରସ୍କୃତ ଚଳଚିତ୍ର ବୋଉର ହାତ ବାକ୍ସ ଏକ ପାରିବାରିକ ମୌଳିକ କାହାଣୀ ଯାହା ଦର୍ଶକଙ୍କ ମନକୁ ବାନ୍ଧିରଖିପାରିବ ବୋଲି କାଯ୍ୟକାରୀ ପ୍ରଯୋଜକ ଜ୍ଞାନ ରଞ୍ଜନ କହିଛନ୍ତି ବଦଳିଛି ଓଡ଼ିଆ ସିନେମା ର ସ୍ଥିତି ବଦଳୁଚି ଦର୍ଶକ ଚାହିଦା ପୁଣି ଓଡ଼ିଆ ସିନେମା ମୁଁହା ହେଉଛନ୍ତି ଦର୍ଶକ ସେଥିପାଇଁ ପ୍ରଯୋଜନା ସଂସ୍ଥା ପକ୍ଷରୁ ପୁରୀ ରେ ସ୍ୱତନ୍ତ୍ର ପ୍ରଦର୍ଶନ କରା ଯାଈଛି ପ୍ରଯୋଜନା ସଂସ୍ଥା ପକ୍ଷରୁ ଦର୍ଶକ ଙ୍କୁ ଥରେ ସମୟ ବାହାର କରି ଫିଲ୍ମ ଦେଖିବାକୁ ଅନୁରୋଧ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ସିନେ ଅଭିନେତ୍ରୀ ରେଷ୍ମା ରଣା, ଉପନିର୍ଦ୍ଦେଶକ ଜ୍ଞାନରଞ୍ଜନ, ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ପୁରୀ ଅର୍ବାନ କୋଅପରେଟିଭ୍ ବ୍ୟାଙ୍କର ଡାଇରେକ୍ଟର ଡ଼ଃ ପ୍ରଧାନ ଧିରେନ୍ ରାଏ ଓ ଓଡ଼ିଶା ଜନତା ପାର୍ଟି ର ରାଜ୍ୟ ଉପସଭାପତି ସଂଜୀବ କୁମାର ମହାପାତ୍ର ଉପସ୍ଥିତ ରହି ଓଡ଼ିଆ ସିନେମା କିପରି ଉନ୍ନତି କରିବ ଆଲୋଚନା କରିଥିଲେ ଏବଂ ପୁରୀ ବାସୀ ଙ୍କୁ ଏହି ସିନେମାଟି ଦେଖିବାକୁ ଅନୁରୋଧ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l