March 11, 2026
ajiro khabar
Share

 

୧-ଭୁବନେଶ୍ୱର:’ରାଜ ଭବନ’ ର ନାମ ହେଲା ‘ଲୋକ ଭବନ’, ଜାରି ହେଲା ବିଜ୍ଞପ୍ତି।

 

୨-ଭୁବନେଶ୍ୱର:ପନିପରିବା ଦରବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ପରିବା ବଜାରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଚଢ଼ାଉ ଜାରି।

 

୩-କୋରାପୁଟ:ଲଙ୍କାପୁଟ ପଞ୍ଚାୟତ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରୁ ନିଖୋଜ ୨୦ ଛାତ୍ର ଜଙ୍ଗଲରୁ ଉଦ୍ଧାର।

 

୪-ଓଡ଼ିଶାରେ ୪୬ଟି IAS, ୬୭ଟି IPS, ୭୦ଟି IFS ପଦବୀ ଖାଲି: ବିଧାନସଭାରେ ମୁଖ୍ୟମନ୍ତ୍ରୀ ରଖିଲେ ଉତ୍ତର।

 

୫-ଚାହୁଁ ଚାହୁଁ ସରିଗଲା ବାରବାଟୀ ଅନଲାଇନ୍ ଟିକେଟ୍ , ହଜାର ହଜାର ଫ୍ୟାନ୍ ନିରାଶ…ଦର୍ଶକ ଖପ୍ପା।

 

୬-ରାଜ୍ୟରେ ଶୀତର ପ୍ରଭାବ କମ ଥିବା ବେଳେ ଆଗାମୀ ୨ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ।

 

୭-ଘର ବିକି ଭୁବନେଶ୍ବର ଏମ୍ସକୁ ୩କୋଟି ୪୦ ଲକ୍ଷ ଟଙ୍କା ଦାନ କଲେ ପ୍ରଫେସର ଡାକ୍ତର କେ. ଲକ୍ଷ୍ମୀ ବାଇ।

 

୮-ଭୁବନେଶ୍ୱର:ରାହୁଲ ଯାଦବ ମୃତ୍ୟ ଘଟଣାରେ ମୁହଁ ଖୋଲିଲେ ମା’, ପ୍ରେମିକା ଓ ପ୍ରେମିକାଙ୍କ ପରିବାର ନାଁରେ ଆଣିଲେ ଅଭିଯୋଗ।

 

୯-ଡ. ଅଚ୍ୟୁତ ସାମନ୍ତଙ୍କ ଲିଖିତ ‘ମୋ ମାଆ ମୋ ପ୍ରେରଣା’ ପୁସ୍ତକର ପାଠକାର୍ପଣ କଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

 

୧୦-ନୂଆବର୍ଷ ପାଇଁ ଅବକାରୀ ବିଭାଗର ନୂଆ ଯୋଜନା:ବାର୍ ଓ ପବ୍ ରେ ଆରମ୍ଭ ହେଲା ଜୋରଦାର ଧରପଗଡ଼।

 

୧୧-ପାରଳାଖେମୁଣ୍ଡି: ପୁଲିସ୍ କଲାନି ସହଯୋଗ, ଅଭିଯୋଗ ଶୁଣାଣୀ ବେଳେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ।

 

୧୨-ମାଲକାନଗିରି:ଭୁଶୁଡ଼ୁଛି ମାଓ ଦୁର୍ଗ, ୩୭ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ।

 

୧୩-ଖମାର: ପରକୀୟା ପ୍ରୀତିର କରୁଣ ପରିଣତି, ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ।

 

୧୪-ଭିଜିଲାନ୍ସ ଆକ୍ଟିଭ, ୩୧୮ଟି ଦୁର୍ନୀତି ମାମଲା ଓ ୮୨ ଅଧିକାରୀଙ୍କ ସମ୍ପତ୍ତି ଜବତ : ଗୃହରେ ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ।

 

୧୫-ରାଜ୍ୟରେ ୧୬ ମାସରେ ଖୋଲିଛି ୩୩ଟି ନୂଆ ଆଇଟି କମ୍ପାନୀ; ୨୫୨୮ ଜଣଙ୍କୁ ମିଳିଛି ନିଯୁକ୍ତି।

 

୧୬-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଶ୍ୱ ବିଜୟୀ ଓଡ଼ିଆ ଖେଳାଳି, ୧୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ।

 

୧୭-ଦ୍ବିତୀୟ ବିବାହ କଲେ ସାଉଥ୍ ସୁନ୍ଦରୀ ସାମନ୍ଥା; ଫ୍ୟାମିଲି ମ୍ୟାନ୍ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁଙ୍କ ହାତ ଧରିଲେ।

 

୧୮-ହରିୟଣା:ଜାତୀୟ ବଡି ବିଲ୍ଡରଙ୍କୁ ହତ୍ୟା, ମହିଳାଙ୍କୁ ଅସଦାଚରଣର ବିରୋଧ କରିବାରୁ ପିଟି ମାରିଦେଲେ ୨୦ ଦୁର୍ବୃତ୍ତ।

 

୧୯-ନୂଆ ଦିଲ୍ଲୀ:ପୁଣି ବଢିଲା ସୁନା,୧୦ଗ୍ରାମ ସୁନାର ମୂଲ୍ୟ ଏବେ ଅଛି ୧.୩୩ଲକ୍ଷ ଟଙ୍କା।

 

୨୦-ସରକାରଙ୍କ କଠୋର ନିୟମ । ମୋବାଇଲ୍‌ରେ ସିମ୍‌ ନଥିଲେ ଚାଲିବନି WhatsApp । ସିମ ଯାଞ୍ଚ କରିବାକୁ କମ୍ପାନୀଗୁଡିକୁ କଡା ନିର୍ଦ୍ଦେଶ । ନ ମାନିଲେ କଠୋର କାର୍ଯ୍ୟାନୁଷ୍ଠାନ ।

 

୨୧-ଆମେରିକା-ଭେନେଜୁଏଲା ତିକ୍ତତା ବଢ଼ିଲା, ନିକୋଲାସଙ୍କୁ ଦେଶ ଛାଡ଼ିବାକୁ ଟ୍ରମ୍ପଙ୍କ ଚରମବାଣୀ।