କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜେର ବ୍ୟାଙ୍କ ମଧ୍ୟରେ ରହି କରିଥିବା ଘୋଟାଲା ର ପର୍ଦାଫାସ ଯେପରି ବ୍ୟାଙ୍କ କୁ ଆସୁଥିବା ଧନୀ, ଜମିଦାର ଗ୍ରାହକ ମାନଙ୍କ ବିଶ୍ୱାସ
କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ଠାରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜେର ବ୍ୟାଙ୍କ ମଧ୍ୟରେ ରହି କରିଥିବା ଘୋଟାଲା ର ପର୍ଦାଫାସ ଯେପରି ବ୍ୟାଙ୍କ କୁ ଆସୁଥିବା ଧନୀ, ଜମିଦାର ଗ୍ରାହକ ମାନଙ୍କ ବିଶ୍ୱାସ ଭାଜନ ହୋଇ ସେମାନଙ୍କ ସଞ୍ଚିତ ଧନ ପ୍ରାୟ ଏକ କୋଟି ଏକୋଇଶି ଲକ୍ଷ ବାବନ ହଜାର (1,21,52,000) ଟଙ୍କା ଆତ୍ମସାତ କରି ଫାରର ହୋଇ ଯାଇଥିଲେ.ଏହି ଅର୍ଥ ହେରଫେର ଘଟଣା ଜାଣିବା ପରେ ଆଞ୍ଚଳିକ ମ୍ୟାନେଜେର ଲକ୍ଷ୍ମୀ ନାରାୟଣ ସାସମଲ ଏହି ବର୍ଷ ଏପ୍ରିଲ ମାସ ପ୍ରଥମ ସପ୍ତାହରେ କାଶୀନଗର ଥାନା ରେ ଏକ ଏତଲା ଯାହାର ନଂ 40/24 ରେ ଦେଇଥିଲେ. ସେହି ଏତଲା କୁ ଭିତ୍ତି କରି କାଶୀନଗର ଥାନା ଏପ୍ରିଲ ମାସ ଠାରୁ ତଦନ୍ତ କରି ଆସୁଥିଲେ. ବର୍ତମାନ ର କାଶୀନଗର ଥାନା ଅଧିକାରୀ ଏତେ ଟଙ୍କା ର ହେରଫେର ହୋଇଥିବା ରୁ ଏହି କେସ କୁ କିମିତି ପର୍ଦାଫାଶ କରି ଫାରର ଥିବା ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜେର କୁ କିମିତି ହାଜତ କୁ ପଠାଇବେ ସେଥିପାଇଁ ସେ ଏକ ଟିମ କରି ତଦନ୍ତରେ ସଫଳ ହୋଇଥିଲେ. ଥାନା ଅଧିକାରୀ ସୁନୀଲ କୁମାର ବେହେରା ସୂଚନା ଦେଇ କହିଥିଲେ ଯେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜେର ଦୁର୍ଯ୍ୟୋଧନ ପଟେଲ ର ନିଜ ଗାଁ ଭବାନୀପାଟଣା ସହରର ଜୁନାଗଡ଼ ଥାନା ଅଧୀନରେ ରହିଥିବା ଗୌଡ଼ ଛେଣ୍ଡିଆ ଗ୍ରାମ, ତାଙ୍କ ବାସ ଭବନରୁ ପୋଲିସ ଅଧିକାରୀମାନେ ଧରିବା ପରେ ତାଙ୍କୁ କୋର୍ଟ ଚାଲାଣ ହୋଇଛି ବୋଲି କହିଥିଲେ ଏବଂ
74ଲକ୍ଷ କେମିତି ଖର୍ଚ୍ଚ କରିଛନ୍ତି ସେ ଉପରେ ତଦନ୍ତ ଚାଲିଛି ବୋଲି କହିଥିଲେ.