March 12, 2026

କେବିସି ବିଜେତାଙ୍କ ସହ ଉମରକୋଟ ବିଧାୟକଙ୍କ ସୌଜନ୍ୟ ମୁଳକ ସାକ୍ଷାତ

IMG-20231202-WA0005
Share

କେବିସି ବିଜେତାଙ୍କ ସହ ଉମରକୋଟ ବିଧାୟକଙ୍କ ସୌଜନ୍ୟ ମୁଳକ ସାକ୍ଷାତ

ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ – କୌନ ବନେଗା କୋରଡ ପତି ଜୁନିଅର ରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଓଡ଼ିଆ ଆଦର୍ଶ ବିଦ୍ୟାଳୟର ଛାତ୍ର ଶାଶ୍ବତ କୁମାର ପଟ୍ଟନାୟକ ୧୩. ୪୦ ହଜାର ଟଙ୍କା ଜିତି ସମଗ୍ର ଓରିଶା ରେ ଚହଳ ସୃଷ୍ଟି କରିଥିଲା। ଯେଉଁ କାର୍ଯ୍ୟକ୍ରମ ଟି ୨୯ ତାରିଖ ଦିନ ସୋନି ଟିଭି ରେ ପ୍ରସାରଣ ହେଇଥିଲା। ଆଜି ଉମରକୋଟ ବିଧାୟକ ନିତ୍ଯ।ନନ୍ଦ ଗଣ୍ଡ ନିଜେ ଶାଶ୍ବତ ପଟନାୟକଙ୍କ ଘରକୁ ଯାଇ ଶାଶ୍ବତଙ୍କ ସହ ସୋଜନ୍ୟ ମୁଳକ ସାକ୍ଷାତ କରିବା ସହ ଏକ ଉତ୍ତରୀୟ ଓ ଫୁଲ ତୋଡ। ଦେଇ ସମ୍ବର୍ଦ୍ଧନା ଜ୍ଞପାନ କରି ଥିଲେ।ବିଧାୟକ ଶ୍ରୀ ଗଣ୍ଡ ଶାଶ୍ଵତ ଙ୍କ ର ସମସ୍ତ ଅନୁଭୂତି ଓ ସଫଳତା ଓ ସେ କିପରି ଏତେ ବଡ ମଞ୍ଚ ରେ ପହଂଚି ପାରିଲେ ତାର ଟିକି ନିଖି ବୁଝିବା ସହ ଭବିଷ୍ୟତ ଉଜ୍ବଳ କାମନା କରି ଥିଲେ।ବିଧାୟକଙ୍କ ସହ ରାଜ୍ୟ ବିଜେପି ସଂପାଦକ ରମେଶ ଚନ୍ଦ୍ର ସାହୁ, ମିଲୁ ପଣ୍ଡା, ସାନ ଭାଇ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମୟ ରେ ଶାଶ୍ଵତ ଙ୍କ ପିତା ନରେଶ ଚନ୍ଦ୍ର ପଟ୍ଟନାୟକ ଓ ମାତା ତୁଷାରି ପଟନାୟକ ଉପସ୍ଥିତ ଥିଲେ।