November 3, 2026

ବୁଦ୍ଧିଷ୍ଟ ଟାଏ କୋଣ୍ଡୋ ଏକାଡେମୀ ଦ୍ୱାରା 31ତମ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ର ନୂତନ ବେଲ୍ଟ ଓ ସାର୍ଟିଫିକେଟ ବିତରଣ କାର୍ଯ୍ୟକ୍ରମ ଉଦଯାପିତ

IMG-20261102-WA0125
Share

ଗତ ଅକ୍ଟୋବର ମାସ ୧୦ ତାରିଖ ରେ ୩୧ତମ କଲର ବେଲ୍ଟ ପରୀକ୍ଷା ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ଦ୍ୱାରା ଆୟୋଜିତ ହୋଇଥିଲା।

White Belt ରୁ Red One Belt ପର୍ଯ୍ୟନ୍ତ ପରୀକ୍ଷା କରାଯାଇଥିଲା।ପ୍ରାୟ ୮୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନେ ଏହି ପରୀକ୍ଷା ରେ ଅଂଶ ଗ୍ରହଣ କରିଥିଲେ। ଏବଂ ଏହି ମାସ ନଭେମ୍ବର ୧ତାରିଖରେ ଏହି ପରୀକ୍ଷା ର ଫଳାଫଳ ପ୍ରକାଶ ପାଇଥିଲା।

ଏବଂ ଆଜି ସୋମବାର ନଭେମ୍ବର ୨ତାରିଖ ରେ ୩୧ତମ କଲର ବେଲ୍ଟ ପ୍ରମସନ ଟେଷ୍ଟ ବେଲ୍ଟ ଓ ସାର୍ଟିଫିକେଟ ବିତରଣ କାର୍ଯ୍ୟକ୍ରମ ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ଦ୍ୱାରା ଆୟୋଜିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପୁରୀ ଡ଼ିଏସପି ରଶ୍ମିରଂଜନ ମହାପାତ୍ର ସାର ଓ ଓଡିଶା ଟାଏ କୋଣ୍ଡୋ ସଙ୍ଘ ର ସମ୍ପାଦକbମନମୋହନ ଭଞ୍ଜ ସାର, ସଭାପତି ବ୍ୟୋମକେଶ ଅଭିଳାଷ ପ୍ରସାଦ ସାର, ପୁରୀ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ର ସଭାପତି ଧବଳେଶ ମହାପତ୍ର ଓ ପୁରୀ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ର କୋଷଦକ୍ଷ ମନ୍ମଥ ବାରିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।

ଏହି ପରୀକ୍ଷା ରେ ଉତୀର୍ଣ୍ଣ ହୋଇଥିବା କ୍ରୀଡ଼ାବିତ ମାନଙ୍କୁ ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମ ରେ ନୂତନ ବେଲ୍ଟ ଓ ଉତୀର୍ଣ୍ଣ ସାଫ୍ଟିଫିକେଟ ମୁଖ୍ୟ ଅତିଥି ଓ ସନମାନ ଅତିଥି ଙ୍କ ଦ୍ୱାରା ବିତରଣ କରାଯାଇଥିଲା।

ଶେଷରେ ମୁଖ୍ୟ ଅତିଥି ରଶ୍ମିରଂଜନ ମହାପାତ୍ର (City DSP, Puri) ସମେତ ସନମାନ ଅତିଥି ଗଣ ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ବିଶ୍ୱନାଥ ନାୟକ ଙ୍କୁ ଅଶେଷ ଧନ୍ୟବାଦ ଦେବା ସହ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ ଓ ପ୍ରେରିତ କରିଥିଲେ।

ଏହି କାର୍ଯ୍ୟକ୍ରମ ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ବିଶ୍ୱନାଥ ନାୟକ ସାର ଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed