April 27, 2026

ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହୋଇଥିବା ମହିଳାଙ୍କୁ ଗଜପତି ପୋଲିସର ଗାର୍ଡ ଅଫ ଅନର ସମ୍ମାନ

IMG-20251102-WA0032
Share

 

 

ପାରଳାଖେମୁଣ୍ଡି:୨/୧୧(ଗରୁଡ ଧ୍ୱଜ ଚୌଧୁରୀ) ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହୋଇଥିବା ମହିଳାଙ୍କୁ ଗଜପତି ପୋଲିସର ଗାର୍ଡ ଅଫ ଅନର ସମ୍ମାନ ପ୍ରଦାନ କରାଯାଇ ଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ଥାନା ଖାରିଗୁମ୍ମା ଗାଁର ମହିଳା ଅବଳା ପାଳ ଗତ ରବିବାର ଦିନ ଆର. ଉଦୟଗିରି ବ୍ଲକର ଛେଳିଗଡ଼ ଗ୍ରାମରେ ଥିବା ନିଜ ଭଉଣୀଙ୍କ ଘରକୁ ଯାଇଥିଲେ. ହେଲେ ରାସ୍ତାରେ ଠିଆ ହୋଇଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଅବଳାଙ୍କୁ ପରିବାର ଲୋକେ ପ୍ରଥମେ ଛେଳିଗଡ଼ ଡାକ୍ତରଖାନା ଓ ପରେ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମସ୍ତିଷ୍କରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ଚେତା ନଥିଲା। ଅଧୂକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା. ତଥାପି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ନ ହେବାରୁ ଭୁବନେଶ୍ଵର ଠାରେ ଥିବା ଏକ ଘରୋଇ ଉଚ୍ଚସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା. ଗତକାଲି ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କ ମର ଶରୀରକୁ ଖାରିଗୁମା ଗାଁକୁ ଅଣାଯାଇଥିଲା। ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଲୋକଙ୍କ ସହମତି ଅନୁଯାୟୀ ଅବଳାଙ୍କ ଅଙ୍ଗଦାନ ସହ କିଡ଼ନୀ ଓ ଲିଭର ଦାନ କରିଥିଲେ ପରିବାର ଲୋକେ। ମୃତ୍ୟୁ ପରେ ଅଙ୍ଗଦାନ କରି ଅମର ହୋଇଥିବା ଏହି ମହିଳାଙ୍କୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ମର ଶରୀରକୁ ମୋହନା ପୁଲିସ ପକ୍ଷରୁ ଗାର୍ଡ ଅଫ୍ ଅନର ସମ୍ମାନ ପ୍ରଦାନ କରାଯାଇଥିଲା.