ଆନନ୍ଦ ଉଲ୍ଲାସର ସହିତ ମନ ଭରି ଫୁଟାଇଲେ ଦୁଇ ଦିନ ବାଣ..
କାଶୀନଗର (ଅନନ୍ତ ଆପଟ )
ଏହି ବର୍ଷ କାଶୀନଗର ଅଞ୍ଚଳରେ ମଧ୍ୟ ଦୁଇ ଦିନ ଦୀପାବଳି ପାଳନ କରିଛନ୍ତି ଅଞ୍ଚଳ ବାସୀ. ଏହି ଦୁଇ ଦିନରେ କାଶୀନଗର ବାସୀ ଅତି ଆନନ୍ଦ ଓ ଉଲ୍ଲାସ ର ସହିତ ବଡ଼ ବଡ଼ିଆ ମାନଙ୍କୁ ଡ଼ାକି ଆତସ ବାଜି ଫୁଟାଇ ଥିଲେ. ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏକତ୍ରିତ ହୋଇ ଦିପାବଳୀ ଉତ୍ସହର ସହ ପାଳନ କରି ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ଆରାଧନା କରିଥିଲେ. ଏହି ସବୁ କାର୍ଯ୍ୟକ୍ରମ ମହନ୍ତ ମହାରାଜ ପଦ୍ମ ଚରଣ ଦାସ ଙ୍କ ଉପସ୍ଥିତି ହୋଇଥିବା ବେଳେ ରମାକାନ୍ତ ପାତ୍ର ପରିଚାଳନା କରିଥିଲେ.