June 21, 2026

ପାରଳା ଜଗନ୍ନାଥ ମନ୍ଦିରକୁ ଦଶ ଲକ୍ଷ ଟଙ୍କା ଦାନ କଲେ ମହିୟସୀ ଵୃଦ୍ଧା.

IMG-20241102-WA0004
Share

 

କାଶୀନଗର (ଅନନ୍ତ ଆପଟ )

ତା 1/11/24

ଗଜପତି ଜିଲ୍ଲା ମଧ୍ୟରେ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ବହୁ ପୁରାତନ ତଥା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ମହାରାଜଙ୍କ ଅମଳରୁ ଏହି ଜଗନ୍ନାଥ ମନ୍ଦିର ଓଡିଶାର ପୁର ପଲ୍ଲୀ ରେ ପ୍ରସିଦ୍ଧି ଲାଭ କରିଛି. ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଅମଳରୁ ଥିବା ପୁରାତନ ମନ୍ଦିର ଯାହାକି ଜରାଜୀର୍ଣ୍ଣ ହୋଇ ଯାଇଥିବା ହେତୁ କିଛି ବର୍ଷ ପୂର୍ବେ ମନ୍ଦିରର ପୁନଃ ନିର୍ମାଣ ସକାଶେ ପାରଳାଖେମୁଣ୍ଡି ବାସୀ ଅଣ୍ଟା ଭିଡି ଥିଲେ. ବର୍ତମାନ ମନ୍ଦିର ର ମୂଳଦୁଆ ପଡି ସ୍ତମ୍ଭ କାମ ଆଗେଇ ଚାଲିଛି. ମନ୍ଦିର କାମ ବହୁ ବାଧା ବିଘ୍ନ ଦେଇ ଚାଲି ଥିଲେ ସୁଦ୍ଧା ନିର୍ମାଣ କାମକୁ ଚଳ ଚଞ୍ଚଳ କରି ଆଗେଇ ନେବା ପାଇଁ ମନ୍ଦିରର ଟ୍ରଷ୍ଟ ସଦସ୍ୟ ଶ୍ରୀ ଦୁର୍ଗା ପାଣିଗ୍ରାହୀ ସଦା ସର୍ବଦା ଚେଷ୍ଟା ଚଳେଇଛନ୍ତି. ଶ୍ରୀ ଜଗନ୍ନାଥଙ୍କ ଅପାର କୃପାରୁ ପାରଳାଖେମୁଣ୍ଡି ସହରର ଅଙ୍କ ସାହି ମଧ୍ୟରେ ଵାସ କରୁଥିବା ଵୟୋବୃଦ୍ଧା ମହିଳା ବିନୋଦିନୀ ଗନ୍ତାୟତ ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ନିଜ ସ୍ୱ ହସ୍ତରେ ଦଶ ଲକ୍ଷ ଟଙ୍କାର ଅନୁଦାନ ରାଶି ଏକ ବ୍ୟାଙ୍କ ଚେକ ମାଧ୍ୟମରେ ପ୍ରଦାନ କରି ନିଜକୁ କୃତାର୍ଥ ମାନେ କରି ଶ୍ରୀ ଜଗନ୍ନାଥଙ୍କ ଚରଣା ବିନ୍ଦୁରେ ଉତ୍ସର୍ଗୀକୃତ କରି ଧନ୍ୟ ମନେ କରିଛନ୍ତି.