November 24, 2024

ବନ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ ଵେବସ୍ତା ଆରମ୍ଭ ଋଷିକୂଲ୍ୟା ମୁହାଁଣ କୁ ନୋ ଫିସିଙ୍ଗ ଜୋନ ଘୋଷଣା 

Share

 

 

———————————————-

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ଅଲିଭ ରିଡଲେ ଙ୍କ ସୁରକ୍ଷା ନେଇ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ କୁ ନୋ ଫିସିଙ୍ଗ ଜୋନ ଭାବେ ଘୋଷଣା କରିଛି ବନ ବିଭାଗ l ପ୍ରତିବର୍ଷ ପରି ନଭେମ୍ବର ପହିଲାରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି l ବ୍ରହ୍ମପୁର ଡି ଏଫ ଓ ସନି ଖୋଖର ଶୁଭମନସୀ ମୁହାଁଣ ନିକଟରେ ଶ୍ରୀଫଳ ଭାଙ୍ଗିବା ସହ ପୂଜାର୍ଚ୍ଚନା କରି ପେଟ୍ରୋଲିଙ୍ଗ ଵେବସ୍ତର ଶୁଭାରମ୍ଭ କରିଛିନ୍ତି l ଏ. ସି ଏଫ ଦିବ୍ୟ ରଞ୍ଜନ ବେହେରା ଫରେଷ୍ଟର ନୀଳ ମାଧବ ଜେନା, ପ୍ରଦୀପ ପଣ୍ଡା, କାମନା ଭୂୟାଁ, ବନରକ୍ଷୀ ତପନ କୁମାର ନନ୍ଦ, ଋଷିକୁଲ୍ୟା କଇଁଚ ସୁରକ୍ଷା ସମ୍ପାଦକ ରବିନ୍ଦ୍ର ନାଥ ସାହୁ ପ୍ରମୁଖ ଙ୍କ ସହ ବନ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ l

ଋଷିକୁଲ୍ୟା ମୁହାଁଣ ଠାରୁ ଉତ୍ତର ଦିଗରେ ପ୍ରାୟଗି ପର୍ଯ୍ୟନ୍ତ 10 କିଲୋମିଟର, ଦକ୍ଷିଣରେ ଆର୍ଜିପଲ୍ଲୀ ପର୍ଯ୍ୟନ୍ତ 10 କିଲୋମିଟର ଓ ସମୁଦ୍ର ମଧ୍ୟକୁ 10 କିଲୋମିଟର ପର୍ଯ୍ୟନ୍ତ ନୋ ଫିସିଙ୍ଗ ଜୋନ ଭାବେ ଘୋଷଣା କରାଯାଇଛି l ଟ୍ରଲର, ମେସିନ ଚାଳିତ ଡ଼ଙ୍ଗା ଉକ୍ତ ନୋ ଫିସଙ୍ଗ ଜୋନ ରେ ମାଛ ମାରିବାପାଇଁ ବାରଣ କରାଯାଇଛି l