July 6, 2024

ବାଲ୍ୟ ବିବାହ ରୋକିବା ସକାଶେ ଅଙ୍ଗନୱାଡି ପକ୍ଷରୁ ସଚେତନତା ଶିବିର

Share

ବାଲ୍ୟ ବିବାହ ରୋକିବା ସକାଶେ ଅଙ୍ଗନୱାଡି ପକ୍ଷରୁ ସଚେତନତା ଶିବିର


କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟଲୟ ଶୋଭା ଗୃହରେ ଗୁରୁବାର ଦିନ ବାଲ୍ୟବିବାହ ମୁକ୍ତ ଗ୍ରାମ କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କୋରାପୁଟ ତରଫରୁ ଅନୁଷ୍ଠିତ ହେଇଥିଲା l ଏଥିରେ ଗ୍ରାମମାଞ୍ଚଳର କିଶୋରୀ କିଶୋର ବାଲ୍ୟ ଯୁବତୀ ଯୁବକ ମାନଙ୍କର ବିବାହକୁ କିଭଳି ରୋକା ଯାଇପାରିବ, ଓ ଅଭିଵାବକ ମାନେ ଏହା ଉପରେ କିଭଳି ନିଜ ନିଜ ପିଲାମାନଙ୍କୁ ସଚେତନ କରିପାରିବେ ଏବଂ ଏହା ଉପରେ କଣ ଆଇନ ରହିଛି, ଓ ବାଲ୍ୟ ବିବାହ ହେବାର ଦେଖାଦେଲେ କାହା ନିକଟରେ ଅଭିଯୋଗ କଲେ ଏହା ରୋକା ଯାଇପାରିବ ଏହାକୁ ନେଇ ଆଲୋଚନା ହେଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବି, ଡି, ଓ ଲୋଳିତ ମଣ୍ଡଳ, ବ୍ଲକ ଅଧକ୍ଷା କୋମଳା ଭତରା, ସି, ଡି,ପି,ଓ, ସୃତିଦେବୀ ଥ୍ରିପାଠୀ,ଶୋଭା ପ୍ରଜେକ୍ଟ କଡିନେଟର ବିଜୟ ପଟନାୟକ, ଏମ,ଡି, ଆମଜାଦ, ମଣ୍ଟୁ ମହାନ୍ତି, ଯୋଗ ଦେଇଥିବା ବେଳେ କୋଟପାଡ଼ ଥାନା ଶିଶୁ ଆଇନ ଭିବାଗ ର କର୍ମଚାରି, ଆଇନଜୀବୀ ପ୍ରମୁଖ ଯୋଗ ଦେଇ ସଚେତନତା କୋରାଇଥିଲେ l ଉକ୍ତ କାର୍ଯ୍ୟ କ୍ରମରେ କୋଟପାଡ଼ ବ୍ଲକ ର ୮ ଗୋଟି ପଞ୍ଚଯାତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଜନ ପ୍ରତିନିଧି ଏବଂ ଅଙ୍ଗନୱାଡି କେନ୍ଦ୍ରର ୱାରକେର ଉପସ୍ଥିତ ରେ ୮ ଗୋଟି ପଞ୍ଚଯାତର ୨୦୦ ସହ ରୁ ଉର୍ଦ୍ଧ ଗ୍ରାମ ବାସି ଉପସ୍ଥିତ ରହି କୋଟପାଡ଼ ଅଞ୍ଚଳ କୁ ବାଲ୍ୟ ବିବାହ ମୁକ୍ତ କରିବାକୁ ସପଥ ନେଇଥିଲେ I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା

You may have missed