October 4, 2026

ଗାନ୍ଧୀ ଜୟନ୍ତୀରେ ଅବହେଳିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି।

IMG-20261002-WA0032
Share

 

ବକଗଡ,ତା ୨/୧ୃ୦(ସୁରେନ୍ଦ୍ର କଠାର)

: ଆଜି ସାରା ଦେଶରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଉଥିବା ବେଳେ ବକଗଡ ଜିଲା ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇନଥିବା ଦେଖିବାକୁ ମିଳିଛି।

 

ଗାନ୍ଧୀ ଜୟନ୍ତୀ ଭଳି ଏକ ଜାତୀୟ ଦିବସରେ ସରକାରୀ କାର୍ଯ୍ୟାଳୟ ପରିସରରେ ଥିବା ଜାତିର ପିତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦିଆଯାଇନଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଗାନ୍ଧୀଜୀଙ୍କ ଜୟନ୍ତୀ ପାଳନ କେବଳ ଔପଚାରିକତା ମଧ୍ୟରେ ସୀମିତ ନରହି ତାଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ଏହି ଘଟଣା ପ୍ରଶାସନର ଦାୟିତ୍ୱବୋଧ ଓ ଜାତୀୟ ଦିବସ ପାଳନର ଗୁରୁତ୍ୱ ନେଇ ପ୍ରଶ୍ନ ଉଠାଇଛି।